ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ହେଲେ ସାରା ଷ୍ଡାଡିୟମ ଗୁଞ୍ଜରିତ ହୋଇଉଠେ । ସମସ୍ତଙ୍କ ମଧ୍ୟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦିଙ୍କ ମୁକାବିଲା ଦେଖିବା ପାଇଁ ଉତ୍କଣ୍ଠା ଭରି ରହିଥାଏ । ଆଉ ଏହି ମ୍ୟାଚକୁ ନେଇ ଯଦି କେହି କିଛି କୁହେ ତାହେଲେ ଏହା ଖବର ପାଲଟିଯାଏ । ଏବେ ପାକିସ୍ତାନର ପୂର୍ବତନ କ୍ରିକେଟର ଖୁସଦିଲ ଏକ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି । ସେ ଅମ୍ପାୟାରିଂଠାରୁ ମ୍ୟାଚ୍ ଆୟୋଜନ ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ପରିସ୍ଥିତି କେତେକ ସମୟରେ ଭାରତ ସପକ୍ଷରେ ଥିବା ପରି ମନେହୁଏ ।

ସେ ଏକ ପୋଡକାଷ୍ଟରେ ଏ ସମ୍ପର୍କରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ଯେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍ରେ ଚାପ ଏବଂ ଭାବନା ଏକ ଭିନ୍ନ ସ୍ତରକୁ ପହଞ୍ଚେ । ଖୁସଦିଲ୍ କହିଥିଲେ, "ଭାରତ ବିପକ୍ଷ ମ୍ୟାଚ୍ରେ ଭାବନା ଅଧିକ ରହିଥାଏ । ପ୍ରାରମ୍ଭରେ ଚାପ ଅନୁଭୂତ କିନ୍ତୁ ମ୍ୟାଚ୍ ଆଗକୁ ବଢ଼ିବା ସହିତ ଏହା କମିଯାଏ । ଆମେ ଆମ ସମୟରେ ମଧ୍ୟ ଭାରତକୁ ପରାସ୍ତ କରିଛୁ ଏବଂ ଭଲ ମ୍ୟାଚ୍ ଖେଳିଛୁ।"

ସେ କହିଥିଲେ ଯେ, ଭାରତ ବିପକ୍ଷ ମ୍ୟାଚ୍ରେ ଅନେକ ନିଷ୍ପତ୍ତି ଭାରତୀୟ ଦଳର ସପକ୍ଷରେ ଯାଏ। ଖୁସିଦିଲ କହିଥିଲେ, "ମ୍ୟାଚ୍ ସମୟରେ, ଅନେକ ଜିନିଷ ସେମାନଙ୍କ ସପକ୍ଷରେ ଯାଏ। ଅମ୍ପାୟାରିଂ ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ଥାଏ । କିଛି ଡ୍ରେସିଂ ରୁମ୍ ନିଷ୍ପତ୍ତି ମଧ୍ୟ ସେମାନଙ୍କ ସପକ୍ଷରେ ଥାଏ, ଏବଂ କେତେକ ସମୟରେ ମ୍ୟାଚ୍ ସେମାନଙ୍କ ଇଚ୍ଛା ଅନୁସାରେ ମଧ୍ୟ ଆୟୋଜନ କରାଯାଏ ।

ଏହାସହ ପଢ଼ନ୍ତୁ : Tailor Salary In USA: ଦିନେ ଖଟିଲେ ଖାଇବେ କି ମାସେ ? ଆମେରିକାର ଟେଲରିଂ ରୋଜଗାର କରିଦେବ ଆଶ୍ଚର୍ଯ୍ୟ !