ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଆମେରିକାରୁ ଜଣେ ଭାରତୀୟ ମହିଳା ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ ଆମେରିକାରେ ଜଣେ ଟେଲର କେତେ ରୋଜଗାର କରନ୍ତି ସେ ସମ୍ପର୍କରେ ପ୍ରକାଶ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ରୋଜଗାର ସମ୍ପର୍କରେ ଶୁଣିଲେ ଅନେକଙ୍କ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । କାରଣ ଆମେ ଏଠାରେ ସାଧାରଣ ଟେଲରମାନେ କେତେ ରୋଜଗାର କରନ୍ତି ତାହା ସମସ୍ତଙ୍କୁ ଜଣା ।
କହି ରଖୁଛୁ କି, ଆମେରିକାରେ ଟେଲରିଂ କେବଳ ଏକ ସମ୍ମାନଜନକ କାମ ନୁହେଁ ବରଂ ଭଲ ରୋଜଗାର ମଧ୍ୟ ଦେଇଥାଏ । ଭିଡିଓ ସେୟାର କରିଥିବା ମହିଳା ଜଣକ ହେଉଛନ୍ତି କୋମଲ ପାଣ୍ଡେ । ଏହି ଭିଡିଓରେ ସେ କହିଛନ୍ତି କି, ଯେଉଁମାନଙ୍କର ଟେଲରିଂରେ ଭଲ ଅଭିଜ୍ଞତା ଅଛି ଆମେରିକାରେ ସେମାନଙ୍କ ପାଇଁ ଭଲ ରୋଜଗାର ସୁଯୋଗ ଥିବା ସମ୍ପର୍କରେ ପ୍ରକାଶ କରିଛନ୍ତି । କହିଛନ୍ତି କି, ଭାରତ ଅପେକ୍ଷାରେ ଏଠାରେ ବହୁ ଅଧିକ ଦରମା ମିଳିବ ବୋଲି ପ୍ରକାଶ କରିଛନ୍ତି ।
ଟେଲରଙ୍କ ପାରିଶ୍ରମିକ କେତେ ?
କୋମଲ ଏହି ଭିଡିଓରେ କହିଛନ୍ତି କି, ଆମେରିକାରେ ଜଣେ ଦର୍ଜି ପ୍ରତି ଘଣ୍ଟାରେ ହାରାହାରି ଭାରତୀୟ ମୁଦ୍ରାରେ ୨୨ଶହରୁ ୨୩ ଶହ ଟଙ୍କା ରୋଜଗାର କରିପାରିବେ । ଭାରତରେ ଦିନକରେ ଜଣେ ଟେଲର ଯେତିକି ରୋଜଗାର କରନ୍ତି ସେଠାରେ ଗୋଟିଏ ଘଣ୍ଟାରେ ରୋଜଗାର ହୋଇଥାଏ । ଏହାସହ ଡିଜାଇନ ଏବଂ ଫିଟିଂ ପାଇଁ ମଧ୍ୟ ଅଧିକ ଟଙ୍କା ପାଇପାରିବେ । ଉଦାହରଣ ସ୍ବରୂପ ଜିନ୍ସର ଲମ୍ବ କମ୍ କିମ୍ବା ଏହାର ଫିଟିଂ ପାଇଁ ଭାରତୀୟ ମୁଦ୍ରାରେ ୩୫ଶହରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରନ୍ତି । ଏହାସହ ସେ ଭିଡିଓରେ ପ୍ରକାଶ କରିଛନ୍ତି କି, ସମସ୍ତ ଲୋକଙ୍କ ପାଇଁ ଫିଟିଂ ପୋଷାକ ମିଳିନଥାଏ । ଏଣୁ ଫିଟିଂରେ ଭଲ ରୋଜଗାର ରହିଛି ।
ଏହାସହ ପଢ଼ନ୍ତୁ : BCCI Big Plan For Shubman Gill: ଶୁଭମନ ଗିଲଙ୍କ ପାଇଁ ବିସିସିଆଇର ନୂଆ ପ୍ଲାନ୍