ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମେଟ୍‌ ଗାଲାରେ ଡେବ୍ୟୁ କରିବେ କିଆରା, ରେଡ୍ କାରପେଟ୍‌ରେ ଦେଖାଇବେ ଜଲୱା

Published By : Krishna Priya | April 8, 2025 10:29 AM

ମୁମ୍ବାଇ ୦୮/୦୪: ଏ ବର୍ଷ ମେଟ୍‌ ଗାଲାରେ ଡେବ୍ୟୁ କରିବେ ବଲିଉଡ୍‌ ଷ୍ଟାର୍‌ କିଆରା ଆଡ଼ଭାନି । ଆସନ୍ତା ମେ’ ୫ ତାରିଖରେ ସମଗ୍ର ବିଶ୍ୱର ସେଲିବ୍ରିଟିଙ୍କ ସହିତ ଏହି ଭବ୍ୟ ଫ୍ୟାଶନ୍‌ ମଞ୍ଚରେ ସେ ପାଦ ଥାପିବେ । ନ୍ୟୁୟର୍କ ସ୍ଥିତ ମେଟ୍ରୋପଲିଟାନ୍‌ ମ୍ୟୁଜିୟମ୍‌ରେ ଏହି ବିଶ୍ୱପ୍ରସିଦ୍ଧ ଫ୍ୟାଶନ୍‌ ମେଳା ଅନୁଷ୍ଠିତ ହେବ । କିଆରା ଗତ ବର୍ଷ କାନ୍‌ରେ ପଦାର୍ପଣ କରିଥିଲେ । ସେଠାରେ ସେ ରେଡ୍‌ ସି ଫିଲ୍ମ ଫାଉଣ୍ଡେସନ୍‌ର ୱିମେନ୍‌ ଇନ୍‌ ସିନେମା ଗାଲା ଡିନର୍‌ରେ ଯୋଗ ଦେଇଥିଲେ । ଏବେ ମେଟ୍‌ ଗାଲାରେ ପଦାର୍ପଣ ବୈଶ୍ୱିକ ମଞ୍ଚରେ ତାଙ୍କ ଉପସ୍ଥିତିକୁ ସୁଦୃଢ଼ କରିବ ।

ଏହା ପୂର୍ବରୁ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରା ମେଟ୍‌ ଗାଲାରେ ଦମ୍‌ଦାର ଉପସ୍ଥିତି ମାଧ୍ୟମରେ ଭାରତୀୟ ଫ୍ୟାଶନ୍‌କୁ ବିଶ୍ୱ ଦରବାରକୁ ଆଣିଥିଲେ । ଇତିମଧ୍ୟରେ କିଆରା ମା’ ହେବାକୁ ଯାଉଥିବା ଖବର ଖୁବ୍‌ ଚର୍ଚ୍ଚାରେ ରହିଛି । ଗତ ଫେବ୍ରୁଆରୀରେ କିଆରାସିଦ୍ଧାର୍ଥ ଏହି ଖୁସି ଖବର ଫ୍ୟାନ୍‌ଙ୍କୁ ଦେଇଥିଲେ । ସେବେଠୁ ଉଭୟଙ୍କୁ ଖୁବ୍‌ କମ୍‌ ଦେଖିବାକୁ ମିଳୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.