ବାସୁଦେବପୁର,୧୪/୦୯: ଘର ଆଗରୁ ନାବାଳିକାକୁ ଉଠେଇ ନେଲେ ଦୁର୍ବୃତ୍ତ ଭଦ୍ରକ ଜିଲ୍ଲା ଚୂଡ଼ାମଣି ସାମୁଦ୍ରିକ ଥାନା ରାଧାନାଥ ପୁର ଆଡ଼ିଆ ଠାରେ ଏଭଳି ଘଟଣା ଘଟିଛି । ନାବାଳିକା ଜଣକ ରାଧାନାଥ ପୁର ଆଡ଼ିଆ ଗାଁର ଏବଂ ତାଙ୍କ ବୟସ ବର୍ଷ ହେବ ବୋଲି ଜଣାପଡିଛି ।

ସୂଚନା ମୁତାବକ, ନାବାଳିକା ଜଣକ ଘର ଆଗକୁ ଶୌଚ ପାଇଁ ଆସିଥିବା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ନାବାଳିକାକୁ ଉଠେଇ ନେଇଥିଲେ । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହିତ ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।  ଖବର ପାଇ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରାଙ୍କ ସମେତ ଏସଡିପିଓ ବଚିତ୍ରା ନନ୍ଦ ସେଠି, ବାସୁଦେବପୁର ଆଇଆଇସି ଲୋପାମୁଦ୍ରା ନାୟକ, ନୟାକାଣୀଡ଼ିହି ଆଇଆଇସି  ରାଜଲଷ୍ମୀ ନାୟକ, ଚୂଡ଼ାମଣି ଆଇଆଇସି ବନାନୀ ବେହେରାଙ୍କ ସହିତ ବହୁ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇ ଖୋଜାଖୋଜି ଚାଲିଛି। ରାତି ତମାମ ପୁଲିସ ଖୋଜା ଖୋଜି କରିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ପାଇନାହିଁ ।