ଢାକା : ବାଂଲାଦେଶରେ ଜଣକ ପରେ ଜଣେ ହିନ୍ଦୁଙ୍କ ମୃତ୍ୟୁ ହେବାରେ ଲାଗିଛି। ଏହି ମଧ୍ୟରେ ଜଣେ ବାଂଲାଦେଶୀ ନେତାଙ୍କର ଆଶ୍ଚର୍ଯ୍ୟକର ଟିପ୍ପଣୀ ଚର୍ଚ୍ଚାକୁ ଆସିଛି। ଏହି ନେତା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ମିର୍ଜା ଫଖରୁଲ ଇସଲାମ୍। ଫଖରୁଲ ଇସଲାମ କହିଛନ୍ତି ଯେ, ହିନ୍ଦୁଙ୍କ ହତ୍ୟା କୌଣସି ଛୋଟ ଓ ସାଧାରଣ ଘଟଣା ନୁହେଁ। ଉଲ୍ଲେଖନୀୟ ଯେ, ବାଂଲାଦେଶରେ ସୋମବାର ମଧ୍ୟ ଦୁଇ ଜଣ ହିନ୍ଦୁ ବ୍ୟକ୍ତିଙ୍କୁ ମାରି ଦିଆ ଯାଇଛି। ଏହା ପୂର୍ବରୁ ଆଉ ୪ଜଣ ହିନ୍ଦୁଙ୍କର ମଧ୍ୟ ହତ୍ୟା ହୋଇ ସାରିଛି। ଏହି ସବୁ ଘଟଣା ବାଂଲାଦେଶରେ ରହୁଥିବା ହିନ୍ଦୁଙ୍କ ମଧ୍ୟରେ ଖୁବ୍ ଭୟ ସୃଷ୍ଟି କରିଛି।
ଏହାସହ ମଧ୍ୟ ପଢନ୍ତୁ : ବାଂଲାଦେଶରେ ହିନ୍ଦୁ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ, ଗଛରେ ବାନ୍ଧି ପୀଡିତାଙ୍କ ଚୁଟି କାଟିଦେଲେ ଅଭିଯୁକ୍ତ...
ଫଖରୁଲ ଇସଲାମ ଏମିତି କହିଛନ୍ତି ଯେ, ଏସବୁ ମିଡ଼ିଆ ଦ୍ୱାରା ସୃଷ୍ଟି। ସିଏନଏନ –ନ୍ୟୁଜ୍୧୮ ମୁତାବିକ , ସେ ହିନ୍ଦୁଙ୍କ ବିରୋଧରେ ହିଂସା ଓ ହିନ୍ଦୁଙ୍କର ହତ୍ୟାର ଘଟଣାକୁ ସଂପୂର୍ଣ୍ଣ ଖାରଜ କରି ଦେଇଛନ୍ତି। ଫଖରୁଲ କହିଛନ୍ତି ଯେ, ଏହା କେବଳ ଛୋଟ ମୋଟ ଘଟଣା ସବୁ। ବିଏନପି ନେତା ଆହୁରି କହିଛନ୍ତି ଯେ, ହିଂସାର ଘଟଣା କୌଣସି ଏକ ଗୋଷ୍ଠୀ ଯାଏ ସୀମିତ ନାହିଁ। ସେ କହିଛନ୍ତି ଯେ, ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରରେ ମୁସଲିମ୍ ମଧ୍ୟ ସୁରକ୍ଷିତ ନାହିଁ। ମୁସଲମାନଙ୍କୁ ମଧ୍ୟ ହତ୍ୟା କରାଯାଉଛି ଏବଂ ତାଙ୍କ ସହ ମଧ୍ୟ ଦୁଷ୍କର୍ମ ଘଟଣା ହେଉଛି।
ଫଖରୁଲ ଭାରତର ବିଦେଶ ନୀତି ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିକ କରିଥିଲେ। ସେ କହିଥିଲେ ଯେ, ଭାରତକୁ ଅୱାମୀ ଲିଗ୍ ବ୍ୟତୀତ ଅନ୍ୟ ରାଜନୀତିକ ପାର୍ଟିରୁ ମଧ୍ୟ ସଂପର୍କ କରିବା ଉଚିତ୍। ଏହାସହ ଏହା ମଧ୍ୟ କହିଛନ୍ତି ଯେ, ପ୍ରକୃତ ମାମଲା କ୍ରିକେଟ୍ କିମ୍ୱା ଅଲଗା ଅଲଗା ଘଟଣା ନୁହେଁ , ବରଂ ବୈଦେଶିକ ମାମଲା ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଦ୍ୱାରା ଦିଆଯାଇ ଥିବା ବାର୍ତ୍ତା।
ଗୋଟିଏ ପରେ ଗୋଟିଏ ହତ୍ୟା –
ଫଖରୁଲ ଇସଲାମଙ୍କର ଏହି ଟିପ୍ପଣୀ ଏମିତି ସମୟରେ ଆସିଛି,ଯେବେ ବାଂଲାଦେଶରେ ଜଣଙ୍କ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି। ସୋମବାର ରାତିରେ ୪୦ ବର୍ଷିୟ ଗ୍ରୋସରୀ ଦୋକାନୀ ସାରଥ ମଣି ଚକ୍ରବର୍ତ୍ତୀଙ୍କ ଉପରେ ଧାରୁଆ ଅସ୍ତ୍ରରେ ହମଲା କରାଯାଇଛି। ହସ୍ପିଟାଲ ନେଇ ଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଗତ ପାଖାପାଖି ୧୮ ଦିନରେ ଏହା ୬ଷ୍ଠ ତମ ଘଟଣା ,ଯେଉଁଥିରେ କୌଣସି ହିନ୍ଦୁଙ୍କୁ ମାରି ଦିଆ ଯାଇଛି। କିଛି ଦିନ ପୂର୍ବେ ଚକ୍ରବର୍ତ୍ତୀ ବାଂଲାଦେଶରେ ହିଂସା ବୃଦ୍ଧି ଉପରେ ଫେସବୁକ୍ରେ ଲେଖିଥିଲେ ଏବଂ ନିଜର ଜନ୍ମସ୍ଥାନକୁ ମୃତ୍ୟୁର ଘାଟୀ କହିଥିଲେ। ସୋମବାର ରାଣା ପ୍ରତାପ ବୈରଗୀଙ୍କୁ ମଧ୍ୟ ହତ୍ୟା କରାଯାଇ ଥିଲା।