ନୂଆଦିଲ୍ଲୀ : ଋଷ ଆଉ ୟୁକ୍ରେନ ମଧ୍ୟରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶ ଏହି ଯୁଦ୍ଧରେ ନିର୍ଣ୍ଣାୟକ ନେତୃତ୍ୱ ନେବାକୁ ସକ୍ଷମ ହୋଇନାହାଁନ୍ତି । ଗୋଟିଏ ପଟେ ପାଶ୍ଚାତ୍ୟ ଦେଶ ଗୁଡ଼ିକ ୟୁକ୍ରେନକୁ କ୍ରମାଗତ ଭାବରେ ଯୁଦ୍ଧାସ୍ତ୍ର ଯୋଗାଉଥିବା ବେଳେ ଏବେ ଯୁଦ୍ଧରେ ଋଷକୁ ମଧ୍ୟ ବଡ଼ ସାହାଯ୍ୟ ମିଳିଛି । ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥା ଦାବି କରିଛି ଯେ, ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ୟୁକ୍ରେନ ସହ ଯୁଦ୍ଧରେ ଲଢିବାକୁ ଋଷକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏଥିପାଇଁ ସେ ହଜାର ହଜାର ସୈନିକ ଋଷକୁ ପଠାଇଛନ୍ତି । ସୂଚନାଥାଉକି, କିଛି ଦିନ ପୂର୍ବରୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ କିମ ଜୋଙ୍ଗ ଉନ୍ ପରସ୍ପରକୁ ଭେଟିଥିଲେ ଏବଂ ଏହି ସମୟରେ ଉଭୟ ଦେଶ ଅନେକ ବଡ ଚୁକ୍ତି ଉପରେ ମୋହର ଲଗାଇଥିଲେ। 

ତେବେ ବର୍ତମାନ ସମୟରେ ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି କହିଛି ଯେ, ୟୁକ୍ରେନ ସହିତ ଯୁଦ୍ଧରେ ଋଷକୁ ସାହାଯ୍ୟ କରିବା ପାଇଁ ଉତ୍ତର କୋରିଆ ୧୨ ହଜାର ସୈନ୍ୟ ପଠାଇଛି । ଦକ୍ଷିଣ କୋରିଆର ୟୋନହାପ ନ୍ୟୁଜ୍ ଏଜେନ୍ସି ଶୁକ୍ରବାର ଏହି ସୂଚନା ଦେଇଛି । ନ୍ୟୁଜ୍ ଏଜେନ୍ସି ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ (NIS) ର ଇନପୁଟ ଗୁଡିକୁ ଉଦ୍ଧୃତ କରିଛି ଯେ ଉତ୍ତର କୋରିଆ ସୈନ୍ୟମାନେ ଋଷକୁ ସାହାଯ୍ୟ କରିବାକୁ ଯାଇ ସାରିଛନ୍ତି । 

ରୁଷକୁ ସାହାଯ୍ୟ କରିବା ପାଇଁ ଉତ୍ତର କୋରିଆ ସୈନ୍ୟ ପଠାଇବା ପ୍ରସଙ୍ଗରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଏକ ଜରୁରୀ ବୈଠକ କରିଛନ୍ତି । ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ କାର୍ଯ୍ୟାଳୟ କହିଛି ଯେ ଜରୁରୀକାଳୀନ ବୈଠକରେ ରାଷ୍ଟ୍ରପତି ଅଧ୍ୟକ୍ଷତା କରିଛନ୍ତି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୟୁକ୍ରେନକୁ ନିଜର ୪୯ ପୁରୁଣା M1A1 ଆବ୍ରାମସ ଟ୍ୟାଙ୍କ ।