ନୂଆଦିଲ୍ଳୀ,୩।୯:  ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍ ଜୋଙ୍ଗ ଉନଙ୍କ ବେଜିଂ ଯାତ୍ରା ଖୁବ୍ ଚର୍ଚ୍ଚାରେ ରହିଛି। ବ୍ଲାଦିମିର ପୁଟିନ୍ ଓ ସି ଜିନପିଙ୍ଗଙ୍କ ସହ ତାଙ୍କ ଫଟୋ ଏବେ ଇଣ୍ଟରନ୍ୟାସନାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ଯେ, କିମ୍ ଜୋଙ୍ଗ ଉନ୍‌ଙ୍କୁ ଏଭଳି ମହତ୍ବ ମିଳିବା ତାଙ୍କୁ ଦୁନିଆଠାରୁ ଏକାନ୍ତବାସରୁ ବାହାର କରିବାକୁ ଯାଉଛି। କେବଳ ସେତିକି ନୁହେଁ  ତାଙ୍କର ୧୨ ବର୍ଷର ଝିଅ ଓ ସମ୍ଭାବିତ ଉତ୍ତରାଧିକାରୀ କିମ୍ ଜୁ ଏ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଏହା ଏଥିପାଇଁ କାରଣ କିମ୍ ଜୋଙ୍ଗ ଉନ୍ ପ୍ରଥମ ଥର କୌଣସି ବିଦେଶ ଗସ୍ତରେ ପୁଅକୁ ନେଇ ଯାଇଥିଲେ। କିମ୍ ଜୋଙ୍ଗ୍ ଉନ୍‌ଙ୍କ ସହ ତାଙ୍କ ଝିଅଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କର ପରିଚୟ ନିଜେ ତାଙ୍କ ବାପା ପୁଟିନ୍‌ ଓ ଜିନପିଙ୍ଗଙ୍କ ଭଳି ନେତାଙ୍କ ସହ କରାଇଥିଲେ।

ଚୀନ୍‌ର ରାଜଧାନୀ ବେଜିଂରେ ହୋଇଥିବା ଭିକ୍ଟ୍ରି ଡେ’ ପରେଡରେ ମଧ୍ୟ ସେ କିମ୍‌ ଜୋଙ୍ଗ ଉନ୍‌ଙ୍କ ଆଖପାଖରେ ଥିଲେ। ଏହା ପ୍ରଥମ ଥର ଥିଲା, ଯେତେବେଳେ କିମ୍ ଜୋଙ୍ଗ ଉନ୍‌ଙ୍କ ଝିଅଙ୍କୁ ଦୁନିଆର କୌଣସି ସାର୍ବଜନୀନ ଆୟୋଜନରେ ଦେଖିବାକୁ ମିଳିଥିଲା। ବିଶେଷଜ୍ଞଙ୍କ ମତରେ ଯେଉଁ ଭଳି ଭାବରେ ବାପା-ଝିଅଙ୍କୁ ଏକାଠି ଦେଖିବାକୁ ମିଳିଲା ଓ ତାଙ୍କ ପରିଚୟ ବିଶ୍ବ ନେତାଙ୍କ ସହ କରାଗଲା, ସେଥିରୁ ସଙ୍କେତ ମିଳୁଛି ଯେ, କିମ୍ ଜୋଙ୍ଗ ଉନ୍‌ଙ୍କ ଉତ୍ତରାଧିକାରୀ ସେ ହେବେ। ସବୁଠାରୁ ବଡ଼ କଥା ହେଲା କିମ୍ ଜୋଙ୍ଗଙ୍କ ବୟସ ବର୍ତ୍ତମାନ ୪୧ ବର୍ଷ। ତାଙ୍କ ପରିବାରକୁ ନେଇ ଦୁନିଆରେ ଲୋକେ ଖୁବ୍ କମ୍ ଜାଣନ୍ତି। ଏହାର କାରଣ ହେଉଛି ଉତ୍ତର କୋରିଆରେ ଗଣମାଧ୍ୟମ ଉପରେ ଖୁବ୍ କଟକଣା ରହିଛି। ​​​​​​​

କିମ୍ ଜୋଙ୍ଗ ଉନ୍‌ଙ୍କ ଝିଅ ଜୁ ଏଙ୍କ ବିଷୟରେ ଦୁନିଆକୁ ପ୍ରଥମ ଥର ୨୦୨୨ରେ ସୂଚନା ମିଳିଥିଲା। ଯେତେବେଳେ ସେ ନିଜ ବାପାଙ୍କ ସହ ବାଲାଷ୍ଟିକ୍ ମିସାଇଲ ଲଞ୍ଚ କାର୍ଯ୍ୟକ୍ରମରେ ଯାଇଥିଲେ। ପୂର୍ବତନ ଏନ୍‌ବିଏ ଷ୍ଟାର ଡୋନିସ୍‌ ରୋଡମ୍ୟାନ୍ ଦୁନିଆକୁ କହିଛନ୍ତି, ସେ କିମ୍‌ଙ୍କ ଝିଅ। ୨୦୧୩ ରେ ସେ ପ୍ୟୋଙ୍ଗୟାଙ୍ଗ ଯାଇଥିଲେ, ଏହି ସମୟରେ କିମ୍‌ଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ମିଟିଂ ବେଳେ କିମ୍‌ ଜୋଙ୍ଗ ଉନ୍‌ ନିଜର ପ୍ରଥମ ପତ୍ନୀ ରି ସୋଲ୍ ଜୁ ଓ ଗୋଟିଏ ଛୋଟ ଶିଶୁ ସହ ପରିଚୟ କରାଇଥିଲେ। ସେତେବେଳେ ସେ କହିଥିଲା, ଏ ହେଉଛି ମୋର ଝିଅ। ସ୍ଥାନୀୟ ସରକାର ମିଡିଆ କେବେ ବି କିମଜୋଙ୍ଗଙ୍କ ଝିଅର ନାଁ ଲେଖେନି, କିନ୍ତୁ ଦକ୍ଷିଣ କୋରିଆର ଗୁଇନ୍ଦା ସୁତ୍ରର ସୂଚନା ଅନୁସାରେ ତାଙ୍କ ଝିଅର ନାଁ ହେଉଛି ଜୁ ଏ କିମ୍।