ନୂଆଦିଲ୍ଲୀ: ଓଟିଟି ଏବଂ ସିନେମା ଜଗତରେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ କୀର୍ତ୍ତି କୁଲ୍ହାରୀ ଘରୋଇ ସହାୟିକାଙ୍କ ଦରମାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଏକ ଭିଡିଓ ଏବେ ବେଶ ଭାଇରାଲ ହେଉଥିବାବେଳେ ସେ ଘରୋଇ ସହାୟିକାଙ୍କ ଦରମା ଉପରେ ପ୍ରଶ୍ନ ଉଠାଇଛନ୍ତି । ଘରୋଇ ସହାୟିକା ଜଣକ ୧୦ ହଜାର ଟଙ୍କା ଦାବି କରିଥିବାବେଳେ ସେ ଏହାକୁ ନେଇ ଦେଇଥିବା ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିକଟରେ ଅଭିନେତ୍ରୀ ଜଣକ ନିଜର ଘର ସିଫ୍ଟ କରିଛନ୍ତି । ଆଉ ଏହି ସମୟରେ ଘରେ କାମ କରୁଥିବା ସହାୟିକା ୧୦ ହଜାର ଦରମା ପାଇଁ ଦାବି କରିଛନ୍ତି । ଯାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କହିଛନ୍ତି କି, ମାତ୍ର ୨ ଘଣ୍ଟା ପାଇଁ ଆସୁଛ । ଏତେ ଟଙ୍କା କଣ ମାଗୁଛ ବୋଲି କହିଛନ୍ତି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି । ସେ ଦୁଇ ଘଣ୍ଟାରେ ବାସନ ମାଜିବା, ଘର ସଫା କରିବା, ଲଣ୍ଡ୍ରି ଭଳି ସମସ୍ତ କାମ କରୁଛନ୍ତି । ମୁମ୍ବାଇ ଭଳି ମହଙ୍ଗ ସହରରେ ଏହା କ’ଣ ଅଧିକ ହୋଇଗଲା କି ବୋଲି କହିଛନ୍ତି ୟୁଜର୍ସ ।

ଏହାସହ ସୋସିଆଲ ମିଡିଆରେ ବହୁ ୟୁଜର୍ସ କୀର୍ତ୍ତିଙ୍କ ଏଭଳି ପ୍ରଶ୍ନକୁ ନେଇ ସମାଲୋଚନା କରିଛନ୍ତି । କାମକୁ ଚାହିଁଲା ବେଳକୁ ମୁମ୍ବାଇ ଏହି ଅର୍ଥ ବେଶୀ ନୁହେଁ ବୋଲି ମଧ୍ୟ କିଛି ୟୁଜର୍ସ କହିଛନ୍ତି । ଜଣେ ୟୁଜର୍ସ କମେଣ୍ଟ ଲେଖିଛନ୍ତି କି, ମୋ​‌ତେ ତୁମ ଘରେ କାମ ପାଇଁ ରଖିଦିଅ କହି କମେଣ୍ଟ କରିଛନ୍ତି ।  

ଏହାସହ ପଢ଼ନ୍ତୁ : Rishabh Pant: ଟିମ୍ ଇଣ୍ଡିଆ ପରେ ତିନି ପାଞ୍ଜିରୁ ଗଲେ ପନ୍ତ, ଋଷଭ ଛାଡ଼ିଲେ LSG ଅଧିନାୟକ ପଦ