ନୂଆଦିଲ୍ଲୀ,୨୧/୦୩: ଚଳିତ ଆଇପିଏଲ ସିଜନ ୧୯ ଆରମ୍ଭ ହେବାକୁ ଯାଉଛି । କିନ୍ତୁ, ଏହା ପୂର୍ବରୁ, ୨୨ ବର୍ଷୀୟ ଖେଳାଳି, ଯାହାକୁ କେକେଆର ୨୦ ଲକ୍ଷ ଟଙ୍କାରେ କିଣିଥିଲା । ସେ ଏକ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ଚହଳ ପକାଇଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ସେହି ଖେଳାଳିଙ୍କୁ ବଦଳ ଭାବରେ ନେଇଥିଲା । ପରବର୍ତ୍ତୀ ସିଜନ ପୂର୍ବରୁ ତାଙ୍କୁ କୋଲକାତା ମୁକ୍ତ କରିଥିଲା । ସେହି ପ୍ଲେୟାର ହେଉଛନ୍ତି ଗୁଜରାଟର ଆର୍ଯ୍ୟ ଦେଶାଇ । ତାଙ୍କ ବ୍ୟାଟରୁ ବିସ୍ଫୋରଣ ହୋଇଛି । ସୁରତ କ୍ରିକେଟ୍ ଲିଗ୍ ୨୦୨୬ରେ ଖେଳାଯାଇଥିବା ମ୍ୟାଚରେ ୨୨ ବର୍ଷୀୟ ବିସ୍ଫୋରକ ଓପନର ଆର୍ଯ୍ୟ ଦେଶାଇ ୧୯୩ରନର ବିସ୍ଫୋରଣ କରିଛନ୍ତି । ୧୪ ଛକା, ୩୫ ଚୌକା ମାରି କଲେ ବିଶ୍ୱ ରେକର୍ଡ ସେଟ୍ କରିଛନ୍ତି । ଆଇପିଏଲ ପୂର୍ବରୁ ଭାଙ୍ଗିଲା ଗେଲଙ୍କ ରେକର୍ଡ । ବୈଭବ ସୂର୍ଯ୍ୟବଂଶୀ ନୁହେଁ ଗୁଜରାଟର ଆର୍ଯ୍ୟ ଦେଶାଇ ରଚିଲେ ଇତିହାସ ।
ମାର୍ଚ୍ଚ ୨୦ରେ, ଲୁଥ୍ରା ପେଗାସସ୍ ଏବଂ କୈଳାସ ସ୍ପୋର୍ଟ୍ସ କ୍ଲବ୍ ସୁରତ କ୍ରିକେଟ୍ ଲିଗ୍ ୨୦୨୬ରେ ଏକ ମ୍ୟାଚ୍ ଖେଳିଥିଲେ । ଏହି ଟି-୨୦ ମ୍ୟାଚ୍ରେ ଲୁଥ୍ରା ପେଗାସସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୨୬୭ ରନ୍ କରିଥିଲେ । ଆର୍ଯ୍ୟ ଦେଶାଇ କେବଳ ଲୁଥ୍ରା ପେଗାସସ୍ର ପ୍ରାରମ୍ଭିକ ବ୍ୟାଟର ନଥିଲେ ବରଂ ସେମାନଙ୍କର ଅଧିନାୟକ ମଧ୍ୟ ଥିଲେ । ସେ ଦଳକୁ ଏକ ଭଲ ଆରମ୍ଭ ଦେବା ଏବଂ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଇନିଂସ ଆରମ୍ଭ କରି, ଆର୍ଯ୍ୟ ଦେଶାଇ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ, ମାତ୍ର ୮୧ ବଲରୁ ୨୩୮.୨୭ ଷ୍ଟ୍ରାଇକ୍ ରେଟ୍ ସହିତ ୧୯୩ ରନ୍ କରିଥିଲେ । ତାଙ୍କର ବିସ୍ଫୋରକ ଇନିଂସରେ ୧୪ ଛକା ଏବଂ ୨୧ ଚୌକା ସାମିଲ । ଏହା ସହିତ ଆର୍ଯ୍ୟ ଦେଶାଇ ଏକ ପ୍ରମୁଖ ରେକର୍ଡ ସ୍ଥାପନ କରିଛନ୍ତି । କୌଣସି ସ୍ୱୀକୃତିପ୍ରାପ୍ତ ଟି-ଟ୍ୱେଣ୍ଟି ଲିଗ୍ରେ ସର୍ବାଧିକ ସ୍କୋରର ହେବାର ରେକର୍ଡ କରିଛନ୍ତି ।
ଏହା ବି ପଢନ୍ତୁ...ଆଇପିଏଲ ୨୦୨୬ : ବାଦ୍ ପଡ଼ିଲେ କେକେଆରର ଏହି ଷ୍ଟାର ଖେଳାଳି
ଅଧିନାୟକ ଓପନର ଆର୍ଯ୍ୟ ଦେଶାଇଙ୍କ ୧୯୩ ରନ୍ ପାଇଁ ଲୁଥ୍ରା ପେଗାସସ୍ କୈଳାସ ସ୍ପୋର୍ଟସ୍ କ୍ଲବ୍ ପାଇଁ ୨୬୮ ରନର ବିଶାଳ ଲକ୍ଷ୍ୟ ସେଟ୍ କରିଥିଲେ। ଏହି ସ୍କୋରକୁ ଅତିକ୍ରମ କରିବା ତ ଦୂରର କଥା, କୈଳାସ ସ୍ପୋର୍ଟସ୍ କ୍ଲବ୍ ଆର୍ଯ୍ୟ ଦେଶାଇଙ୍କ ଏକମାତ୍ର ୧୯୩ ରନ୍ ମଧ୍ୟ ପାର୍ କରିପାରି ନଥିଲା । କୈଳାସ ସ୍ପୋର୍ଟସ୍ କ୍ଲବ୍ ୨୦ ଓଭରରେ ୯ ୱିକେଟ୍ ହରାଇ କେବଳ ୧୭୪ ରନ୍ କରିପାରିଥିଲା, ୯୩ ରନର ବିଶାଳ ବ୍ୟବଧାନରେ ମ୍ୟାଚ୍ ହାରିଥିଲା। ଆର୍ଯ୍ୟ ଦେଶାଇ ମ୍ୟାଚ୍ ର ହିରୋ ଥିଲେ ।
ଆର୍ଯ୍ୟଙ୍କ KKR ସହ ସମ୍ପର୍କ- ଆଇପିଏଲ ୨୦୨୩ ପାଇଁ ଆର୍ଯ୍ୟ ଦେଶାଇଙ୍କୁ କେକେଆର ଏକ ବଦଳ ଖେଳାଳି ଭାବରେ ସାଇନ୍ କରିଥିଲା । ଏହି ଚୁକ୍ତି ୨୦ ଲକ୍ଷରେ ହୋଇଥିଲା। କିନ୍ତୁ, ଆର୍ଯ୍ୟ ଦେଶାଇ ସେଠାରେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇ ନଥିଲେ । ସେହି ଗୋଟିଏ ସିଜିନ୍ ପରେ କେକେଆର ତାଙ୍କୁ ରିଲିଜ କରିଥିଲା ।