ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଚାଲିବା ସ୍ବାସ୍ଥ୍ୟ ପାଇଁ ଭଲ, ହେଲେ ଜାଣିଛନ୍ତି ବୟସ ଅନୁସାରେ କେତେ ସମୟ କରିବେ ୱାକିଂ

Published By : Ankita S | November 25, 2024 1:21 PM

ନୂଆଦିଲ୍ଲୀ,୨୫/୧୧: ଆଜିକାଲି ସମସ୍ତ ସୁସ୍ଥ ରହିବାକୁ ଚାହୁଁଛନ୍ତି । ଏକଦମ୍ ଫିଟ୍ ପାଇନ ରହିବା ଦିଗରେ ଅଧିକ ଗୁରୁତ୍ବ ଦେଉଛନ୍ତି । ମୋଟାପଣରୁ ମୁକ୍ତି ନେଇ ସ୍ବତନ୍ତ୍ର ଡାଏଟ ପ୍ଲାନ ପ୍ରସ୍ତୁତ ସହ ଏକ୍ସସାଇଜ ମଧ୍ୟ କରିଥାନ୍ତି । ଫିଟ୍ ରହିବା ପାଇଁ ୱାକିଂ ଏକ ଭଲ ଏକ୍ସସାଇଜ  ବୋଲି ଅନେକ ବିଶେଷଜ୍ଞ କହିଛନ୍ତି । ତେବେ ଜାଣିଛନ୍ତି କି ବୟସ ଅନୁସାରେ ଜଣେ କେତେ ସମୟ ଚାଲିବା ଦରକାର । ଜାଣିବାକୁ ରିପୋର୍ଟଟିକୁ ପଢନ୍ତୁ...

ଫିଟ୍ ରହିବାକୁ ହେଲେ ୱାକିଂ ବା ଚାଲିବା ଏକ ସହଜ ଏକ୍ସସାଇଜ । ଏହା ପ୍ରଭାବଶାଳୀ ମଧ୍ୟ ହୋଇଥାଏ । ଏକାଧିକ ସ୍ବାସ୍ଥ୍ୟ ସମସ୍ୟାରୁ ମଧ୍ୟ ୱାକିଂ ମୁକ୍ତି ଦିଏ । ମାନସିକ ଶାନ୍ତି ସହ ହୃଦଘାତ ଜନିତ ସମସ୍ୟା ନିୟମିତ ୱାକିଂ ଦ୍ବାରା ଠିକ୍ ହୋଇଥାଏ । ତେବେ ବୟସ ଓ ସ୍ବାସ୍ଥ୍ୟ ସମସ୍ୟା ଆଧାରରେ ଚାଲିବାକୁ ନେଇ କିଛି ନିର୍ଦ୍ଧିଷ୍ଟ ନିୟମ ରହିଛି । ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁସାରେ ବିଭିନ୍ନ ବୟସର ଲୋକଙ୍କ ପାଇଁ ଚାଲିବାକୁ ନେଇ କିଛି ନିୟମ ରହିଛି ।

୧୮ରୁ୩୦ ବର୍ଷର ଯୁବକ ପ୍ରତିଦନ ୩୦ରୁ ୬୦ ମିନିଟ ଚାଲିପାରିବେ । ସେମାନଙ୍କ ପାଖରେ ଅଧିକ ଏନର୍ଜି ସହ ମାଂଶପେଶୀୟ ଶକ୍ତି ଥାଏ । ତେଣୁ ସେମାନେ ଆରାମରେ ଦିନକୁ ୬୦ମିନିଟ ଚାଲିପାରିବେ । ସେହିପରି ମଧ୍ୟମ ବୟସର ଲୋକ ଯେପରି ୩୧ରୁ ୫୦ ବର୍ଷର ଲୋକ ଦିନକୁ ୩୦ରୁ ୪୫ ମିନିଟ ଚାଲିବା ଭଲ ହେବ । ବରିଷ୍ଠ ଯେପରି ୫୧ରୁ ୬୫ ବର୍ଷର ବ୍ୟକ୍ତି ଦିନକୁ ୩୦ରୁ ୪୦ ମିନିଟ୍ ଚାଲିପାରିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

୭୫ବର୍ଷରୁ ଅଧିକ ବୟସର ବ୍ୟକ୍ତି ଅତି ବେଶିରେ ୧୫ରୁ ୨୦ ମିନିଟ ଚଲିବା ସ୍ବାସ୍ଥ ପାଇଁ ଉଚିତ୍ । ସେମାନଙ୍କ ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ । ଚାଲିବା ସମୟରେ ଉପଯୁକ୍ତ ଚପଲ ପିନ୍ଧିବା ଦିଗରେ ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.