ନୂଆଦିଲ୍ଲୀ,୧୬/୦୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ପରାଜୟ ପରେ ମମତାଙ୍କୁ ଟିଏମ୍‌ସି ଫାଟ ସୃଷ୍ଟି ହୋଇଛି । ଟିଏମ୍‌ସି ଛାଡୁଛନ୍ତି ବିଧାୟକ, ନେତା । ଦଳରେ ବିଦ୍ରୋହ ଭିତରେ ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟସଭା ସାଂସଦ କୋଏଲ ମଲ୍ଲିକ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଏପ୍ରିଲରେ ଟିଏମସିରେ ଯୋଗ ଦେଇଥିବା କୋଏଲ ମଲ୍ଲିକ ରାଜ୍ୟସଭା ସାଂସଦ ରହିସାରିଛନ୍ତି । 

ସୂଚନା ଅନୁଯାୟୀ, ଟିଏମସି ରାଜ୍ୟସଭା ସାଂସଦ କୋଏଲ ମଲ୍ଲିକ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । କୋଏଲ ମଲ୍ଲିକଙ୍କ ଇସ୍ତଫା ପରେ ରାଜ୍ୟସଭାରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦଙ୍କ ସଂଖ୍ୟା ନଅକୁ ହ୍ରାସ ପାଇଛି । କୋଏଲ ଆଗରୁ ଇସ୍ତଫା ଦେବେ ବୋଲି ଘୋଷଣା କରି ସାରଥିଲେ । ଆଜି  ସେ ଇସ୍ତଫାପତ୍ର ଦେଇଛନ୍ତି ।

ଏହା ବି ପଢନ୍ତୁ...Crime News : ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇ ରାତିସାରା ପିନ୍ଧୁଥିଲେ ପୁଲିସ, ସିସିଟିଭି ଦେଖି ଧରିଲା ପୁଲିସ

ଗତକାଲି ମମତାଙ୍କ ହାତ ଛାଡିଥିଲେ ମଦନ ମିତ୍ର- ଟିଏମସି ବରିଷ୍ଠ ନେତା ତଥା ବିଧାୟକ ମଦନ ମିତ୍ର ବୁଧବାର ମମତା ବାନାର୍ଜୀଙ୍କ ହାତ ଛାଡିଥିଲେ । ତାଙ୍କୁ ଟିଏମସି ସୁପ୍ରିମୋ ମମତାଙ୍କ ନିକଟତର କୁହାଆଉଥିଲା । ମଦନ ଏବଂ ବିଦ୍ରୋହୀ ଗୋଷ୍ଠୀରେ ସାମଲ ହୋଇଛନ୍ତି । ମତନ ମିତ୍ରଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଏକ ମନି ଲଣ୍ଡିଂ ମାମଲାରେ ଜେରା କରିବାକୁ ଡାକିଥିଲା । ଏହା ପରେ ମଦନ ଏବେ ମମତାଙ୍କ ଗୋଷ୍ଠୀରୁ ବାହାରି ଯାଇଛନ୍ତି । ମଦନ କହିଥିଲେ, ଦଳ ବୁଡିବାରେ ଲାଗିଛି ଏବଂ ଲୋକଙ୍କ ଜୀବନ ଯାଉଛି । କିନ୍ତୁ ଟିଏମସି ବାନାର୍ଜୀଙ୍କୁ ବଞ୍ଚାଇବାରେ ଲାଗିଛି । ଏହା ଉପରେ ମମତା ପ୍ରତିକ୍ରିୟା ରଖି କହିଥିଲେ, ''ଯିଏ ଯିବାକୁ ଚାହୁଁଛ ଯାଅ । ୨୦୦୬ରେ ଦଳକୁ ଛିଡା କରିଥିଲି, ୨୦୨୬ରେ ବି ପୁଣି କରିପାରିବି । ବିଜେପି ଚାହୁଁଛି ମୋତେ ହାର୍ଟ ଆଟାକ୍ ହୋଇଯାଉ । କିନ୍ତୁ ବିଜେପି ଶେଷ ନହେବା ପର୍ଯ୍ୟନ୍ତ ବଞ୍ଚିରହିବି । ପଶ୍ଚିମବଙ୍ଗରେ ଆମକୁ ବେଆଇନ ଭାବେ ହରାଇଛି । ଏହା ଆଗକୁ ପ୍ରମାଣ ବି ହେବ ।''