ବେଙ୍ଗାଲୁରୁ, ୧୬/୦୭ : ରାତି ହେଲେ ଜଣେ ଯୁବକ ମହିଳାଙ୍କ ଅନ୍ତବସ୍ତ୍ର ଚୋରାଉଥିଲେ। ଆଉ ରାତି ସାରା ସେହି ଅନ୍ତବସ୍ତ୍ରକୁ ପିନ୍ଧି ଶୋଉଥିଲେ। ସକାଳ ହେଲେ ପୁଣି ପୂର୍ବସ୍ଥାନରେ ନେଇ ରଖିଦେଉଥିଲେ। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଇନ୍ଦିରାନଗର ଥାନା ଅଞ୍ଚଳରୁ ଏହି ଅଣ୍ଡରଗାର୍ମେଣ୍ଟ ଚୋର ଧରାପଡ଼ିଛନ୍ତି। ପୁଲିସ ତାଙ୍କୁ ଗିରଫ କରିଛି। ଏହି ଯୁବକ ଜଣଙ୍କ ହେଉଛନ୍ତି ଆସାମର ୨୩ ବର୍ଷୀୟ ଅବ୍ଦୁଲ ହୁସୈନ।
ସୂଚନାନୁଯାୟୀ, ଅବ୍ଦୁଲ ହୁସୈନ ପ୍ରତିଦିନ ରାତି ହେଲେ ମହିଳାଙ୍କ ଅଣ୍ଡରଗାର୍ମେଣ୍ଟ ଚୋରାଉଥିଲେ। ରାତି ସାରା ଏହାକୁ ପିନ୍ଧୁଥିଲେ ଏବଂ ସକାଳ ହେଲେ ଏହାକୁ ନେଇ ପୂର୍ବ ସ୍ଥାନରେ ରଖି ଦେଉଥିଲେ। ତେବେ ରାତିରେ ଅନ୍ତବସ୍ତ୍ର ଚୋରି ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମହିଳାମାନେ ଏହି ଘଟଣାକୁ ନେଇ ଚିନ୍ତିତ ଥିଲେ। ଚୋରକୁ ଧରିବାକୁ ଦୁଇ ଜଣ ଯୁବତୀ ହିଡେନ୍ କ୍ୟାମେରା ଲଗାଇଥିଲେ। ଏହି କ୍ୟାମେରାରେ ହୁସୈନର ସମସ୍ତ କଳାକରାନାମା ଧରା ପଡ଼ିଥିଲା। ଏହାପରେ ସେମାନେ ଥାନାର ଦ୍ଵାରସ୍ଥ ହୋଇଥିଲେ। ଚୋରକୁ ଧରିବାକୁ ଦାବି କରିଥିଲେ।
ଭିଡିଓ ଆଧାରରେ ଇନ୍ଦିରାନଗର ପୁଲିସ ହୁସୈନଙ୍କୁ ଗିରଫ କରିଛି। ତେବେ ଯୁବକ ଜଣଙ୍କ ଏଭଳି ଅଜବ ଚୋରି କାହିଁକି କରୁଥିଲେ, ତାହାର କାରଣ ଜାଣିବାକୁ ତଦନ୍ତ ଚଳାଇଛି। ଉକ୍ତ ଯୁବକଙ୍କୁ ସାଇକୋଲୋଜିକାଲ ଫେଟିଶ୍ ହୋଇଥିବା ଆଶଙ୍କା କରାଯାଉଛି। ଏହି ଅସୁବିଧା ଥିଲେ ପୁରୁଷ ନାରୀ ପରି ଆଚରଣ କରନ୍ତି। ଏପର୍ଯ୍ୟନ୍ତ ଏପରି ଦୁଇଟି ମାମଲା ଚିହ୍ନଟ ହୋଇଛି। ପୁଲିସ କହିଛି ଯେ, ଏନେଇ ଅଧିକ ତଦନ୍ତ ଚାଲିଛି।
ଆହୁରି ପଢନ୍ତୁ- ଏକ ତରଫା ପ୍ରେମରେ ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ଅଭିଯୁକ୍ତକୁ ଫାଶୀ, ମାତ୍ର ୪୦ ଦିନ ଭିତରେ ଆସିଲା କୋର୍ଟଙ୍କ ରାୟ
ଅଦ୍ଭୁତ ଚୋର ! ଟ୍ରେନର ଏସି କୋଚରେ ଯାତ୍ରା କରିସାରିବା ପରେ ଚାଦର ଏବଂ ତକିଆ ନେଇ ଗାଏବ ହୋଇଯାଉଛନ୍ତି