ପୁରୀ, ୧୬/୦୭ : ପ୍ରତିଷ୍ଠା ହେଲା ତିନି ରଥ। ନନ୍ଦିଘୋଷ ରଥରେ ଶ୍ରୀହନୁମାନ, ତାଳଧ୍ୱଜ ରଥରେ ଶ୍ରୀନୃସିଂହ ଓ ଦେବଦଳନ ରଥରେ ଭୁବନେଶ୍ୱରୀ ଅଧିଷ୍ଠିତ ହୋଇଛନ୍ତି। ହୋମଯଜ୍ଞ ପରେ ଠାକୁରେ ରଥକୁ ବିଜେ କରିବେ। ରଥକୁ ସୁରକ୍ଷା ଦେବାକୁ ଏହି ଧ୍ୱଜାମୂର୍ତ୍ତି ରହିଥାନ୍ତି। ରଥର ୧୩ ପରସ୍ତ ପୋଟଳରେ ଦେବଦେବୀ ଅବସ୍ଥାନ କରନ୍ତି। ରୂପକାରମାନେ ନବକଳେବର ସମୟରେ ଏହି ତିନି ମୂର୍ତ୍ତିଙ୍କୁ ନିର୍ମାଣ କରିଥାନ୍ତି। 

ରଥ ପ୍ରତିଷ୍ଠା  ପରେ ତିନି ରଥରେ ରକ୍ଷକଙ୍କୁ ସ୍ଥାପନ କରାଯାଇଛି। ଶ୍ରୀବିଗ୍ରହଙ୍କ ଆଗମନ ପୂର୍ବରୁ ତିନି ରଥ ପ୍ରତିଷ୍ଠା କରାଯାଇଛି। ଶ୍ରୀମନ୍ଦିରରେ ଅଙ୍କୁରାରୋପଣ ସରି ହୋମଯଜ୍ଞ ଅନୁଷ୍ଠିତ ହୋଇଛି। ତିନି ରଥ ପାଇଁ ପୁରୋହିତ ତିନି ଜଣ ଆଚାର୍ଯ୍ୟ ଭାବେ ପୂଜାର୍ଚ୍ଚନା କରିଛନ୍ତି। ପରେ ପାରମ୍ପରିକ ପଟୁଆରରେ ଆଚାର୍ଯ୍ୟମାନେ ତିନି ରଥକୁ ଆସି ବୈଦିକ ରୀତିନୀତିରେ ପବିତ୍ର ଜଳ ସିଞ୍ଚନ କରିଛନ୍ତି। ପରେ ଯଜ୍ଞଶାଳାରେ ପୂର୍ଣ୍ଣାହୁତି ହୋଇ ଗଜପତିଙ୍କ ପାଇଁ ଆଶୀର୍ବାଦ ଚାଉଳ ରଖି ପୁରୋହିତ ପ୍ରତିଷ୍ଠା କର୍ମ ସମ୍ପନ୍ନ କରିଛନ୍ତି। ଇତିମଧ୍ୟରେ ରଥ ଉପରେ ଆୟୁଧ ସ୍ଥାପନ କରାଯାଇଛି। ନନ୍ଦିଘୋଷର ଆୟୁଧ ଶଙ୍ଖ, ଚକ୍ର, ତାଳଧ୍ୱଜର ଆୟୁଧ ହଳ, ମୁଷଳ ଓ ଦେବଦଳନର ଆୟୁଧ କଇଁ ଓ ପଦ୍ମ ସ୍ଥାପନ କରାଯାଇଛି।

ଆହୁରି ପଢନ୍ତୁ- Rath Security: ଘୋଷଯାତ୍ରା ପାଇଁ ପୁରୀରେ ପୁଲିସ ଛାଉଣି; ୧୯ ଜଣ ଆଇପିଏସ୍‌, ୧୩ ହଜାର ପୁଲିସ ନିୟୋଜିତ, ଜଗିଛନ୍ତି NSG କମାଣ୍ଡୋ

ପୁରୀରୁ 🔴 LIVE | ଆସିଲେ ମଦନମୋହନ, ଶୀଘ୍ର ପହଣ୍ଡି ବିଜେ