ନୂଆଦିଲ୍ଲୀ,୩୦/୦୪; ବେଙ୍ଗାଲୁରୁ ଓ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ଚଳିତ ଆଇପିଏଲ୍ରେ ୩୯ତମ ଲିଗ୍ ମ୍ୟାଚରେ ଏକ ବନ୍ଧୁ ମିଳନ ଦେଖିବାକୁ ମିଳିଥିଲା । ଏହି ଦୁଇ ବନ୍ଧୁ ଥିଲେ ବେଙ୍ଗାଲୁରୁ ତଥା ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମ୍ୟାଚ ପରିଚାଳନା କରୁଥିବା ପଡ଼ିଆ ଅମ୍ପାୟାର ଅଜିତେଶ ଅର୍ଗଲ । ଦୀର୍ଘ ୧୮ ବର୍ଷ ପରେ ଉଭୟଙ୍କୁ ଗ୍ରାଉଣ୍ଡ ଭିତରେ ଏକତ୍ର ଦେଖିବାକୁ ମିଳିଥିଲା । ୨୦୦୮ରେ ଅନୁଷ୍ଠିତ ୧୯ବର୍ଷରୁ କମ୍ ବିଶ୍ୱକପ୍ରେ ଭାରତ ଚାମ୍ପିଅନ୍ ହୋଇଥିଲା । ବିରାଟ କୋହଲି ସେତେବେଳେ ଦଳର ଅଧିନାୟକ ରହିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମ୍ୟାଚରେ ଅର୍ଗଲ ୫ ଓଭର ବୋଲିଂ କରି ମାତ୍ର ୭ ରନ୍ରେ ୨ଟି ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମ୍ୟାଚ ବିଜୟୀ ପ୍ରଦର୍ଶନ ପାଇଁ ଅର୍ଗଲ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ବିରାଟ କୋହଲିଙ୍କ ସହ ବିଶ୍ୱକପ ଜିତିଥିଲେ ଏବେ ଅମ୍ପାୟାରିଂ କରୁଛନ୍ତି ଅଜିତେଶ ଅର୍ଗଲ ।
୨୦୦୮ରେ ଆଇପିଏଲ୍ ଆରମ୍ଭ ହୋଇଥିଲା ଓ ଅର୍ଗଲ ପଞ୍ଜାବ (ସେତେବେଳେ କିଙ୍ଗ୍ସ ଏକାଦଶ ପଞ୍ଜାବ) ଦଳର ସଦସ୍ୟ ରହିଥିଲେ । ଏହାପରେ କ୍ରିକେଟ୍ରେ ତାଙ୍କ କ୍ୟାରିୟର ଆଗେଇ ପାରି ନଥିଲା । ସେ ଆୟକର ବିଭାଗରେ ଚାକିରି ପାଇଥିଲେ । ମାତ୍ର କ୍ରିକେଟ୍ ପ୍ରତି ଦୁର୍ବଳତା ତାଙ୍କୁ ପୁଣି ଥରେ ଗ୍ରାଉଣ୍ଡ ଭିତରକୁ ଟାଣି ଆଣିଛି । ସେ ବିସିସିଆଇ ଅମ୍ପାୟାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚଳିତ ଆଇପିଏଲରେ ମ୍ୟାଚ ପରିଚାଳନା କରିବାକୁ ସୁଯୋଗ ପାଇଛନ୍ତି । ସେ ମଧ୍ୟ ପ୍ରଦେଶ ପକ୍ଷରୁ ୧୪ ବର୍ଷରୁ କମ୍ ଦଳରେ ପ୍ରଥମେ ସ୍ଥାନ ପାଇବା ପରେ ଉନ୍ନତ ଖେଳ ଜାରି ରଖି ୧୯ବର୍ଷରୁ କମ୍ ବିଶ୍ୱକପ୍ ଦଳରେ ସ୍ଥାନ ହାସଲ କରିଥିଲେ । ମାତ୍ର ପରେ ସେ ସିନିୟର ଦଳ ପକ୍ଷରୁ ଖେଳିବାରେ ବିଫଳ ହୋଇଥିଲେ ।
ଏହା ବି ପଢନ୍ତୁ...Rohit Sharma: ୫୦ ଶତକ, ୧୧୧ ଅର୍ଦ୍ଧଶତକ, ୨୦୧୦୯ ରନ୍... କ୍ୟାରିୟରରେ ୩ ରେକର୍ଡ କରିପାରିଲେନି ରୋହିତ
ଅଜିତେଶ ଅର୍ଗଲ କିଏ ? ୨୦୦୮ ୧୯ ବର୍ଷରୁ କମ୍ ବିଶ୍ୱକପରେ ଅଜିତେଶ ଅର୍ଗଲ ହିରୋ ଥିଲେ । ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ଓଭରରେ ମାତ୍ର ୭ ରନ ଦେଇ ୨ଟି ୱିକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ । ତାଙ୍କ ପ୍ରଦର୍ଶନ ଭାରତକୁ ଟାଇଟଲ ଜିତାଇବାରେ ସାହାଯ୍ୟ କରିଥିଲେ । ତାଙ୍କ କ୍ୟାରିୟର କୋହଲିଙ୍କ ପରି ଆଗକୁ ବଢିପାରିନଥିଲା । ପ୍ରଥମ ଆଇପିଏଲ ସିଜିନରେ ସେତେବେଳର କିଙ୍ଗସ ଇଲେଭେନ ପଞ୍ଜାବ ଦ୍ୱାରା ମନୋନୀତ ହୋଇଥିଲେ । ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା । ଘରୋଇ କ୍ରିକେଟରେ ମଧ୍ୟ ସୀମିତ ସୁଯୋଗ ପାଇବା ପରେ, ସେ କ୍ରିକେଟରୁ ଅବସର ନେଇଥିଲେ । ଏହାପରେ ଅର୍ଗଲ ଆୟକର ବିଭାଗରେ ଯୋଗ ଦେଇଥିଲେ । କିନ୍ତୁ କ୍ରିକେଟ ସହ ତାଙ୍କର ସମ୍ପର୍କ ଅତୁଟ ରହିଥିଲା । ୨୦୨୩ରେ ସେ ବିସିସିଆଇ ଅମ୍ପାୟାରିଂ ପରୀକ୍ଷାରେ ପାସ୍ କରି ନୂଆ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ସେ ଆଇପିଏଲରେ ଅମ୍ପାୟାରିଂ କରୁଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ଆରସିବିର କୋହଲି ଏବଂ ଅଜିତେଶଙ୍କୁ ପଡିଆରେ ଏକାଠି ଦେଖିବାକୁ ମିଳିଥିଲା । କୋହଲିଙ୍କ ଖେଳାଳି ଭାବରେ ଏବଂ ଅର୍ଗଲଙ୍କୁ ଅମ୍ପାୟାରିଂ ଭାବେ । ମ୍ୟାଚ୍ ପରେ କୋହଲିଙ୍କ ଅର୍ଗଲଙ୍କ ସହ କଥା ହେବା ପ୍ରଶଂସକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ହୋଇଗଲା। ଏହି ମ୍ୟାଚ୍ରେ କୋହଲି ଆଉ ଏକ ବଡ଼ ମାଇଲଖୁଣ୍ଟ ମଧ୍ୟ ହାସଲ କରିଥିଲେ । ଆଇପିଏଲରେ ୯ ହଜାର ରନ୍ ପୂରଣ କରୁଥିବା ପ୍ରଥମ ବ୍ୟାଟର ହୋଇଥିଲେ ।