ଜମ୍ମୁ, ୫/୧୦ : ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ହାସଲ କରିବା ପରେ ଏବେ କୋଣାର୍କ ସୂର୍ୟାସ ଓଡିଶା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ରେ ନିଜର ପରବର୍ତ୍ତି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ । ସେପ୍ଟେମ୍ବର ୬ (ରବିବାର) ଜାମ୍ମୁର ମୋଲାନା ଆଜାଦ ଷ୍ଟାଡିୟମରେ ଟୋୟାମ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି କେଏସଓ ।  ସେପ୍ଟେମ୍ବର ୪ରେ ମୋଲାନା ଆଜାଦ ଷ୍ଟାଡିୟମରେ କେଏସଓ ଦଳ ଇଣ୍ଡିଆ କ୍ୟାପିଟାଲ୍ସକୁ ୫ରନରେ ପରାସ୍ତ କରିଛି । ପ୍ରଥମ ଇନିଂସରେ କେଭିନ ଓ’ବ୍ରାଇନ୍‌ଙ୍କ ବ୍ୟାଟିଂ ସାହାୟତାରେ କୋଣାର୍କ ସୂର୍ୟାସ ଓଡିଶା ବିପକ୍ଷ ଦଳକୁ ୧୨୮ରନ୍ ର ଟାର୍ଗେଟ୍ ଦେଇଥିଲା । ଇଣ୍ଡିଆ କ୍ୟାପିଟାଲ୍ସ ୨୦ ଓଭରରେ ୧୨୨/୭ ସ୍କୋର୍ କରିବାରେ ସକ୍ଷମ ହୋଇପାରିଥିଲା, ଯାହାଦ୍ୱାରା କେଏସଓ ଲିଗରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି ।

ପଏଣ୍ଟ୍ ଟେବୁଲ୍ 

ଦୁଇଟି ବିଜୟ ସହିତ ୫ଟି ମ୍ୟାଚରୁ ୬ପଏଣ୍ଟ ପାଇ କୋଣାର୍କ ସୂର୍ଯ୍ୟ ଓଡିଶା ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଟୋୟମ୍ ହାଇଦରାବାଦ ୪ଟି ମ୍ୟାଚରୁ ମାତ୍ର ଗୋଟିଏ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି।

ଦଳର ଫର୍ମ 

ଟୋୟାମ ହାଇଦ୍ରାବାଦ ପାଇଁ ବୋଲିଂ ଏକ ଚିନ୍ତାର ବିଷୟ ହୋଇଥିବାବେଳେ ଅନ୍ୟପଟେ କୋଣାର୍କ ସୂର୍ୟାସ ଓଡିଶା ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଆସୁଛି ।

ସ୍କ୍ବାଡ୍:

କୋଣାର୍କ ସୂର୍ୟାସ ଓଡିଶା

ଇରଫାନ ପଠାନ (ଅଧିନାୟକ), ୟୁସୁଫ ପଠାନ, ଶାହାବାଜ ନାଡିମ, ବିନୟ କୁମାର, ଫିଡେଲ ଏଡୱାର୍ଡସ, କେଭିନ ଓ’ବ୍ରାଇନ୍, ପ୍ରବୀନ୍ ତାମ୍ବେ, ବେନ୍ ଲାଫଲିନ୍, ଅମ୍ବାତି ରାୟୁଡୁ, ନାଭିନ୍ ଷ୍ଟୁଆର୍ଟ, ରସ ଟେଲର, ରିଚାର୍ଡ ଲେଭି, ଦିଲଶାନ ମୁନାୱେରା, କେପି ଆପାନ୍ନା, ଦିୱେଶ ପଠାନିଆ, ରାଜେଶ ବିଷ୍ଣୁ, ନଟରାଜ ବେହେରା ।

ଟୋୟମ୍ ହାଇଦରାବାଦ

ସୁରେଶ ରାଇନା (ଅଧିନାୟକ), ପିଟର ଟ୍ରେଗୋ, ଇସୁରୁ ଉଦାନା, ଷ୍ଟୁଆର୍ଟ ବିନି, ଗୁରୁକେରାଟ ସିଂ ମନ୍, ସୁଦୀପ ଟାଗି, ମଣ୍ଟି ପାନସର, ଶିବକାନ୍ତ ଶୁକ୍ଲା, ଶାଦାବ ଜାକତି, ରିକାର୍ଡୋ ପାଓ୍, େଲ, ଆବିଦ୍ ନାବି, ଚାଡୱିଚ୍ ୱାଲଟନ୍, ରିକ୍ କ୍ଲାର୍କ, ଜାସ୍କରନ୍ ମଲହୋତ୍ରା, ଜର୍ଜ ୱାର୍କର୍, ଜର୍ଜ ୱାର୍କର୍ ନାଗର, ସାମିହୁଲ୍ଲା ସିନ୍ୱାରୀ, ନୁୱାନ୍ ପ୍ରଦୀପ, ବିପୁଲ ଶର୍ମା |

ଖେଳ ବିବରଣୀ

ତାରିଖ: ୬/୧୦/୨୦୨୪

ସମୟ: ୭.୦୦

ସ୍ଥାନ: ମୋଲାନା ଆଜାଦ ଷ୍ଟାଡିୟମ୍, ଜମ୍ମୁ