ଭୁବନେଶ୍ବର,୨୨।୫ : କୋଟିଆ ବିକାଶ ପାଇଁ ଟାସ୍କଫୋର୍ସ କମିଟି ଗଠନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ କମିଟି ଗଠନ ହୋଇଛି । ଟାସ୍କଫୋର୍ସ କମିଟିରେ ୧୬ ଜଣ ସଦସ୍ୟ ରହିଛନ୍ତି।
ଟାସ୍କଫୋର୍ସ କମିଟିରେ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ , ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପ୍ରମୁଖ ଶାସନସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ଓ କର୍ମ ନିଯୁକ୍ତି ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ସଚିବ, ଆଇନ ବିଭାଗ ସଚିବ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସଚିବ, ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର,ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସହ କୋରାପୁଟ ଜିଲ୍ଲାପାଳ ଓ ଏସପି ରହିଛନ୍ତି। କୋଟିଆରେ ଓଡ଼ିଆ ଅସ୍ମିତାକୁ ନେଇ କାର୍ଯ୍ୟ କରିବ କମିଟି।