ମୁମ୍ଵାଇ, ୦୯/୦୨ : ଆଫଗାନୀ ଏମଏମଏ ଫାଇଟରଙ୍କ ପ୍ରେମରେ ଜ୍ୟାକି ଶ୍ରଫ୍ ଙ୍କ ଝିଅ। ଅଲଗା ଧର୍ମରେ କରିବେ ବିବାହ। ଟାଇଗର୍ ଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ୍ ଏବେ ରିଆଲିଟି ସୋ 'ଦ ୫୦'ରେ ନଜର ଆସୁଛନ୍ତି। ଏହି ସୋରେ କ୍ରିଷ୍ଣାଙ୍କ ଚମତ୍କାର ପ୍ରଦର୍ଶନକୁ ଦର୍ଶକ ବେସ୍ ପ୍ରଶଂସା କରୁଛନ୍ତି। ଏହି କାର୍ଯ୍ୟକ୍ରମର ଏକ ଏପିସୋଡରେ କ୍ରିଷ୍ଣା ତାଙ୍କ ଲଭ୍ ଲାଇଫ୍ ବିଷୟରେ ଖୁଲାସା କରିଛନ୍ତି। 

କ୍ରିଷ୍ଣା କହିଛନ୍ତି ଯେ, ସେ ଏବେ ପ୍ରେମରେ ଅଛନ୍ତି। ତାଙ୍କ ବୟଫ୍ରେଣ୍ଡ ହେଉଛନ୍ତି ଆଫଗାନିସ୍ତାନର ଅବଦୁଲ ଅଜିମ ବଦଖସି। ସେ ଜଣେ ପ୍ରଫେସନାଲ ମିକ୍ସଡ ମାର୍ସଲ ଆର୍ଟସ୍ ଫାଇଟର। ତାଙ୍କୁ ଷ୍ଟ୍ରଙ୍ଗ୍ ପିଲା ବହୁତ ପସନ୍ଦ। ୨୦୨୦ରେ ଅବଦୁଲଙ୍କ ସହ ତାଙ୍କର କଥାବାର୍ତ୍ତା ଆରମ୍ଭ ହୋଇଥିଲା। ୨୦୨୧ରେ ଦେଖାସାକ୍ଷାତ ହୋଇଥିଲା। 

କ୍ରିଷ୍ଣା କହିଛନ୍ତି ଯେ, ଇନଷ୍ଟ୍ରାଗ୍ରାମରେ ଅବଦୁଲଙ୍କ ସହ ପରିଚିତ ହୋଇଥିଲି। ୮ ମାସ ଧରି କଥାବାର୍ତ୍ତା ହେବା ପରେ ଶେଷରେ ଆମେ ଦେଖା ହେବା ପାଇଁ ନିଷ୍ପତ୍ତି ନେଇଥିଲୁ। ଏହାପରେ ଦୁହେଁ ଗୋଆରେ ଦେଖା ସାକ୍ଷାତ ହୋଇଥିଲୁ। ଆମର ଫାଷ୍ଟ ଲାଙ୍ଗୁଏଜ୍ ସମାନ ନୁହେଁ। ଅବଦୁଲ ପାର୍ସୀ ଓ ମୁଁ ହିନ୍ଦୀ କୁହେ। ପ୍ରଥମ ଦେଖା ପରେ କେବେ ଭାବି ନଥିଲୁ ଯେ, ଆମେ ଦୁହେଁ ଦୁହିଁଙ୍କୁ ଏତେ ମିସ୍ କରିବୁ। 

​​​​​​​

କ୍ରିଷ୍ଣା ଶ୍ରଫ୍ ବିଭିନ୍ନ ସମୟରେ ଅବଦୁଲଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ଫଟୋ ପୋଷ୍ଟ କରନ୍ତି। ଫ୍ୟାନ୍ସ ମଧ୍ୟ ସେମାନଙ୍କ ବିବାହ ତାରିଖକୁ ଅପେକ୍ଷା କରିଛନ୍ତି।