ଭୁବନେଶ୍ୱର,୦୨/୦୭: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ। ଆସନ୍ତାକାଲି ଓଡ଼ିଶା ଆସିଥାନ୍ତେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। କିଛି ଗୁରୁତ୍ବପୂର୍ଣ୍ଣ କାମ ପାଇଁ ୩ ଦିନିଆ ଓଡ଼ିଶା ଗସ୍ତ ବାତିଲ କରାଯାଇଛି। ପରବର୍ତ୍ତୀ ସମୟ ଅମିତ ଶାହଙ୍କ ଗସ୍ତ ରି- ସିଡ୍ୟୁଲ ହେବ।  ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାରଠୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହରୁ ତିନି ଦିନିଆ  ଓଡ଼ିଶା ଗସ୍ତରେ ଆସିଥାନ୍ତେ । ଗସ୍ତ  ସମୟରେ ସେ ବରଗଡ଼, ସମ୍ବଲପୁର,  କଟକ ଓ ଭୁବନେଶ୍ୱରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ । ଶନିବାର ବରଗଡ଼ ଓ  ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ଥିଲା । ବରଗଡ଼ରେ  ଦିନ ୧୧ଟା ୨୦ରେ ବାଉଁଶିଙ୍ଘାସ୍ଥିତ  ବିପିସିଏଲ ୨-ଜି ଇଥାନଲ ପ୍ଲାଣ୍ଟ  ପରିଦର୍ଶନ କରିଥାନ୍ତେ । ପରେ  ବରଗଡ଼ରେ ଆୟୋଜିତ ଜନସଭା ସ୍ଥଳରେ ଇଥାନଲ ପ୍ଲାଣ୍ଟ ଉଦ୍‌ଘାଟନ ଉତ୍ସବ ସାମିଲ ହୋଇଥାନ୍ତେ । ପରେ ସମ୍ବଲପୁର ଆସି  ଅପରାହ୍ନରେ ମା' ସମଲେଶ୍ୱରୀଙ୍କ  ଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା ।  

 


ସେହିପରି ୫ ତାରିଖ (ରବିବାର) ବଡ଼ମ୍ବା ଯିବା ଥିଲା । ଦିନ ୧୧ଟା ୨୫ ରେ ବଡ଼ମ୍ବା  ଚିନିକଳର ପୁନରୁଦ୍ଧାର ଉତ୍ସବରେ ଯୋଗ ଦେଇ ଏହାର ଶୁଭାରମ୍ଭ  କରିଥାନ୍ତେ । ସେଠାରୁ ଫେରି ଅପରାହ୍ନ ୩ଟାରେ ଭୁବନେଶ୍ୱର ସପ୍ତମ  ବାଟାଲିୟନ ପରିସରକୁ ଆସିଥାନ୍ତେ । ଓଡ଼ିଶା ପୁଲିସର ପ୍ରେସିଡେଣ୍ଟସ୍‌ କଲର୍ସ  ପ୍ରେଜେଣ୍ଟେସନ ଉତ୍ସବରେ ସାମିଲ ହୋଇଥାନ୍ତେ । ସନ୍ଧ୍ୟା ୬ଟା ୨୦ମିନିଟରେ  ଶାହ ଦିଲ୍ଲୀ ଫେରିଯିବେ ବୋଲି ତାଙ୍କ ଗସ୍ତ ସୂଚୀରୁଥିଲା ହେଲେ ତା ପୂର୍ବରୁ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି।