ପ୍ରମୂଖ ଖବର
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

‘ନୟି ନବେଲି’ରେ କ୍ରିତି, ଆଉ ଏକ ହରର୍‌ କମେଡି ପ୍ରୋଜେକ୍ଟରେ ଆସିବେ ନଜର

Published By : Krishna Priya | November 24, 2024 8:29 AM

ମୁମ୍ବାଇ ୨୪/୧୧: ‘ଭେଡ଼ିୟା’ ପରେ ଆଉ ଏକ ହରର୍‌ କମେଡ଼ିରେ ନଜର ଆସିବେ କ୍ରିତି ସାନନ୍‌ । ଏ ଥର ନୂଆ ନିର୍ଦ୍ଦେଶକଙ୍କ ସହ ସେ କାମ କରିବେ । ପିଙ୍କ୍‌ଭିଲ୍ଲାର ସଦ୍ୟ ରିପୋର୍ଟ ଅନୁସାରେ, ଆନନ୍ଦ ଏଲ୍‌ ରାୟଙ୍କର ଏକ ହରର୍‌ କମେଡି ପ୍ରୋଜେକ୍ଟରେ କ୍ରିତି ସାଇନ୍‌ କରିଛନ୍ତି । ଆନନ୍ଦଙ୍କ କଲର ୟେଲୋ ପ୍ରଡକ୍ସନ୍ସ ଅଧୀନରେ ଫିଲ୍ମଟି ନିର୍ମିତ ହେବ । ଏହାର ନିର୍ଦ୍ଦେଶକଙ୍କ ନାଁ ଅଦ୍ୟାବଧି ଘୋଷଣା କରାଯାଇ ନାହିଁ । ବର୍ତ୍ତମାନ ଫିଲ୍ମର ଟାଇଟଲ ରହିଛି ‘ନୟି ନବେଲି’ । ଏହାର କାହାଣୀ ଏକ ଲୋକକଥା ଉପରେ ଆଧାରିତ ହେବ । 

ଆନନ୍ଦ ଏଲ୍‌ ରାୟଙ୍କ ସହ କାମ କରିବା ନେଇ କ୍ରିତି ଆଲୋଚନା ଜାରି ରଖିଛନ୍ତି । ଫିଲ୍ମର ସୁଟିଂ ୨୦୨୫ ମଧ୍ୟଭାଗରେ ଆରମ୍ଭ ହେବ । ବର୍ତ୍ତମାନ ହରର୍‌-କମେଡ଼ିକୁ ଦର୍ଶକୀୟ ଆଦୃତି ମିଳୁଛି । ‘ନୟି ନଭେଲି’ ଏ କ୍ଷେତ୍ରରେ ନୂଆ ସ୍ୱାଦ ଯୋଡ଼ିବ ବୋଲି ନିର୍ମାତା ଆଶା କରୁଛନ୍ତି । କ୍ରିତି ମଧ୍ୟ ନିଜର ବହୁମୁଖୀ ପ୍ରତିଭା ପ୍ରଦର୍ଶନ ଲାଗି ସର୍ବଦା ଉତ୍ସାହିତ ଥାନ୍ତି । ଏଥିସହିତ ଲୋକକାହାଣୀକୁ ପରଦାରେ ଉତାରିବା ତାଙ୍କ ପାଇଁ ବେଶ ମଜାଦାର ଅନୁଭବ ହେବ । ଆସନ୍ତା ଜାନୁଆରୀ ସୁଦ୍ଧା ଫିଲ୍ମର ପ୍ରି-ପ୍ରଡକ୍ସନ୍‌ କାମ ଆରମ୍ଭ ହେବ । କ୍ରିତି ଏହା ପୂର୍ବରୁ ରାଜକୁମାର ରାଓ ଓ ଶ୍ରଦ୍ଧା କପୁର ଷ୍ଟାରର୍‌ ‘ସ୍ତ୍ରୀ’ରେ ‘ଆଓ କଭି ହବେଲି ପେ’ ଶୀର୍ଷକ ଆଇଟମ୍‌ ସଙ୍ଗ୍‌ରେ ନଜର ଆସିଥିଲେ ।

 

 

 

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.