ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଟିକାବାଲି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ତୁରନ୍ତ ନ୍ୟାୟ ଦାବିରେ କୁଇ ସମାଜର ରାଲି

Published By : Prameya | March 30, 2025 12:26 AM

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଓ ରାଜ୍ୟର ବିଭନ୍ନ ଅଞ୍ଚଳରେ ଦୁଷ୍କର୍ମ ଘଟଣା ଘଟିଛି। ଏପରିକି ହତ୍ୟା କରାଯାଉଛି। ଏଭଳି ଘଟଣା କିଛି ଦିନ ତଳେ ଟିକାବାଲିର ଜନୈକ ନାବାଳିକା ଛାତ୍ରୀଙ୍କ କ୍ଷେତ୍ରରେ ଘଟିଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡାଦେଶ ଦାବି ହୋଇଛି। ଏନେଇ ଫୁଲବାଣୀରେ କୁଇ ସମାଜ ଯୁବ ପରିଷଦ ତରଫରୁ ରାଲିର ଆୟୋଜନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। 

ମାଦିକୁନ୍ଦା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲିରେ ଆସି ମହିଳାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଟିକାବାଲିର କଲେଜ ଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ଦେବା ସହିତ ଏକ ମାସ ମଧ୍ୟରେ ବିଚାର କରି ଦୋଷୀକୁ ମୃତ୍ୟୁ ଦଣ୍ଡ ପ୍ରଦାନ କରିବା, ଦଡକି ନିକଟସ୍ଥ କପାପଦର ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡର ସଠିକ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା, ଲାଇନପଡ଼ା କଲେଜରେ ଆଦିବାସୀ ଛାତ୍ରୀକୁ ଅସଦାଚରଣ ଓ ମାରଣାନ୍ତକ ଆକ୍ରମଣ ଘଟଣାରେ ଦୁବୃର୍ତ୍ତକୁ ଗିରଫ କରିବା ଆଦ ଦାବି ରହିଛି। 

ଆୟୋଜିତ କାର୍ଯ୍ୟକ୍ରମରେ କୁଇ ସମାଜ ଯୁବ ପରିଷଦ, କୁଇ ସମାଜ ସେବା ସମିତି, ଫୁଲବାଣୀ, ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ, ଜି.ଉଦୟଗିରି, କୁଇକୁଳ ସମିତି, ବାଲିଗୁଡା, ପାଣ ସମାଜ ସଦସ୍ୟ, ଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.