ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପବନରେ ଉଡିଗଲା କୁଲିକୁଡା ପ୍ରାଥମିକ ବିଦ୍ୟାଳୟ ଛପର, ନିମ୍ନମାନର କାମ ଅଭିଯୋଗ

Published By : Prameya | April 3, 2025 7:41 PM

ଫିରିଙ୍ଗିଆ, ୩/୪  କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ଝଡ଼ ବାତ୍ୟା ସହ ବିଭିନ୍ନ ଜାଗାରେ ଗଛ ପଡ଼ି ରାସ୍ତା ଅବରୋଧ ସହ ବହୁ କ୍ଷୟ କ୍ଷତି ହୋଇଛି l କିନ୍ତୁ ଫିରିଙ୍ଗିଆ ବ୍ଲକ ଗୋଚ୍ଛା ପଡା ପଞ୍ଚାୟତ ର କୁଲି କୁଡା ଅଞ୍ଚଳ ରେ କାଳବୈଶାଖୀର ପ୍ରଭାବ ସେତେ ନଥିବା ବେଳେ ବର୍ଷା ମଧ୍ୟ ହୋଇନାହିଁ । ସାମାନ୍ୟ ବର୍ଷା ପବନରେ କୁଲି କୁଡା ପ୍ରାଥମିକ ବିଦ୍ୟାଳୟ ର ନୂତନ ଭାବରେ କିଛିଦିନ ତଳେ ମରାମତି ହୋଇଥିବା ବିଦ୍ୟାଳୟର ଦୁଇଟି କୋଠରୀର ଛପର ସମ୍ପୂର୍ଣ୍ଣ ଉଡି ଯାଇଥିବାରୁ ଗ୍ରାମ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l 

ଏହି ବିଦ୍ୟାଳୟର କୋଠରୀ ସମ୍ପୂର୍ଣ୍ଣ ଠିକ ଥିବା ବେଳେ କିଛି ସ୍ଥାନରେ ପାଣି ଗଳୁଥିଲା । ଯାହାକୁ ନେଇଁ ଗ୍ରାମବାସୀ ବିଦ୍ୟାଳୟ ଗୃହ ମରାମତି ପାଇଁ ଲିଖିତ ଭାବରେ ଜଣାଇବା ପରେ ବିଦ୍ୟାଳୟର ମରାମତି ପାଇଁ ପ୍ରଥମେ ୨ ଲକ୍ଷ ଟଙ୍କା ଆସିଥିଲା ଓ ମରାମତି ମଧ୍ୟ ହୋଇଥିଲା । ମରାମତିର ମାତ୍ର କିଛି ଦିନ ପରେ ଛପର ଉଡି ଯିବାରୁ ପୁନର୍ବାର ଦ୍ୱତୀୟ ଥର ମରାମତି ପାଇଁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଦିଆ ଯାଇ ମରାମତି କରାଯାଇଥିଲା । ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଦ୍ୱତୀୟ ଥର ମଧ୍ୟ କାମ ସାରିବାର ଅଳ୍ପ କିଛି ଦିନରେ ଛପର ସହ ସମସ୍ତ ଲୁହା ଉଡି ଯାଇଥିଲା l ଗତ କିଛି ମାସ ପୂର୍ବରୁ ଘର ନଷ୍ଟ ହୋଇଥିବାରୁ ପୁଣି ଥରେ ବିଦ୍ୟାଳୟ କୋଠରୀ ମରାମତି ପାଇଁ ୩ ଲକ୍ଷ ଟଙ୍କା ଦେଇ ବିଦ୍ୟାଳୟ ର ଦୁଇଟି କୋଠରୀ ମରାମତି କରାଯାଇଥିବା ବେଳେ ତାହା ମଧ୍ୟ ବୁଧବାର ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସମ୍ପୂର୍ଣ୍ଣ ଛପର ସହ ଲୁହା ପାଇପ ମଧ୍ୟ ଉଡି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି l 

ବର୍ତ୍ତମାନ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଶିକ୍ଷାଦାନ ସହ ବିଦ୍ୟାଳୟରେ ୩୫ ଜଣ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ୩ ଜଣ ଶିକ୍ଷକ /ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି l ମାତ୍ର ୨ ବର୍ଷରେ ୬ ଲକ୍ଷରୁ ଅଧିକ ଟଙ୍କା ଦେଇ ୩ ଥର କେବଳ ନାମକୁ ମାତ୍ର ଟିଣ ଛପର ଘୋଡେଇ ସାଧାରଣ ଭାବରେ ମରାମତି କରି ନିମ୍ନ ମାନର କାର୍ଯ୍ୟ କରି ବିଦ୍ୟାଳୟ କୋଠରୀ କୁ ବାରମ୍ବାର ମରାମତି କରିଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟର ସଭାପତି ବାଳକୃଷ୍ଣ କହଁର l 

 ବିଦ୍ୟାଳୟରେ ଶୌଚାଳୟ ଥାଇ ନଷ୍ଟ ହୋଇ କାର୍ଯ୍ୟରେ ଲାଗି ପାରୁନାହିଁ । ବିଦ୍ୟାଳୟ ରେ ବିଦ୍ୟୁତ ସଂଯୋଗ ନଥାଇ ନାମକୁ ମାତ୍ର ପ୍ରତ୍ୟେକ ବଖରାରେ ଓ୍ବାରିଂ କରାଯାଇଛି । ନା ବଲ ଅଛି କି ବିଦ୍ୟୁତ ସଂଯୋଗ ଅଛି କେବଳ କାଗଜ ପତ୍ର ରେ ସବୁ ଠିକ ଚାଲିଥିବା କହିଛନ୍ତି କୁଲିକୁଡା ଗାଁ ର ୱାର୍ଡ ମେମ୍ବର ନାରାୟଣ କହଁର, ବିଦ୍ୟାଳୟ ସଭାପତି ବାଳକୃଷ୍ଣ କହଁର, ଅଞ୍ଜଳି ପ୍ରଧାନ, ଗ୍ରାମର ଯୁବ ସଭାପତି ତଥା ସମାଜ ସେବୀ ଜମ୍ବେଶ୍ୱର କହଁରଙ୍କ ସହ ଗ୍ରାମବାସୀ l ତୁରନ୍ତ ବିଦ୍ୟାଳୟ କୋଠରୀ ନିର୍ମାଣ କରିବା ସହ  ବିଦ୍ୟାଳୟ କୋଠରୀ ମରାମତି ପାଇଁ ଆସିଥିବା ୨ ବର୍ଷରେ ୬ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ଅଞ୍ଚଳ ବାସୀ ।  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ କୁମାର ବେହେରାଙ୍କୁ ଏ ସମ୍ପର୍କରେ  ପଚାରିବାରୁ ମୋର ପାଖରେ ସ୍କୁଲ ଘର ସମ୍ପର୍କରେ ଖବର ନାହିଁ । କଣ ଅସୁବିଧା ଅଛି ଦେଖିକି ସୁବିଧା କରିବି ବୋଲି କହିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.