ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ତେଲେନଡିହି ସଂରକ୍ଷିତ ଜଙ୍ଗଲରୁ ବେଧଡ଼କ କୋଇଲା ପରିବହନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟିକା

Published By : Rasmita Pradhan | April 7, 2025 3:06 PM

ଭୁବନେଶ୍ୱର,୦୭/୦୪: ସୁନ୍ଦରଗଡ଼ ହେମଗିରି ଥାନ ଗୋପାଳପୁର ତେଲେନଡିହି ସଂରକ୍ଷିତ ଜଙ୍ଗଲରୁ ବେଧଡ଼କ ଭାବେ ଚାଲିଥିଲା କୋଇଲା ପରିବହନ। ରବିବାର ହେମଗିରି ଥାନାରେ ଏଫଆଇଆର୍ ପରେ ଏବେ ଆକ୍ସନ ମୋଡ୍‌ରେ ପୋଲିସ। ମାଫିଆଙ୍କୁ ଧରିବାକୁ ତନାଘନା କରୁଛି ପୋଲିସ। ସେପଟେ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ବିଧାୟିକା କୁସୁମ ଟେଟେ। 

ଅପର ପକ୍ଷରେ ଖଣି ବିଭାଗ ଅଧିକାରୀଙ୍କ ଏତଲା ପରେ ଚୋରା କୋଇଲା ଖଣିକୁ ସିଲ୍ କରି ଦିଆଯାଇଛି। ଏହା ସହ ୨୭ ଟନ୍ କୋଇଲା ଜବତ କରାଯାଇଛି। ତେବେ ବର୍ଷ ବର୍ଷ ଧରି ତେଲେନଡିହି ସଂରକ୍ଷିତ ଜଙ୍ଗଲରୁ କୋଇଲା ଚୋରି ହେଉଥିବା ବେଳେ ଏନେଇ ପ୍ରଶାସନ ନିକଟରେ କିପରି ଖବର ପହଞ୍ଚୁ ନଥିଲା କିମ୍ଵା ଜାଣିଶୁଣି ସବୁ ଚୁପ୍ ବସିଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଇଲା ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୁସୁମ ଟେଟେ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ତେଜିଲା ଯାତ୍ରା କଳାକାର-ମାଲିକଙ୍କ ବିବାଦ, ନରି ପଣ୍ଡାଙ୍କ ଅଭିଯୋଗ ପରେ ତୁଳସୀ ମାଲିକଙ୍କ ଢ଼ାବାରେ ପୋଲିସର ଛାନଭିନ୍



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.