- ବାୟୁ ପ୍ରଦୂଷଣ ସଙ୍କଟରେ ଦିଲ୍ଲୀ
- କେଜ୍ରିୱାଲଙ୍କୁ ଦାୟୀ କରାଇଲେ ଉପରାଜ୍ୟପାଳ
- ଆପଣ ଓ ଆପଣଙ୍କ ସରକାରୀ ହିଁ ଦାୟୀ
- ଆପ୍ ସରକାର ନିଷ୍କ୍ରିୟତା ଦେଖାଇ ଥିଲା
ନୂଆଦିଲ୍ଲୀ : ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖି ରାଜଧାନୀର ଖରାପ ବାୟୁ ଗୁଣବତ୍ତା ପାଇଁ ତାଙ୍କ ସରକାରକୁ ଦାୟୀ କରାଇଛନ୍ତି। ୧୫ ପୃଷ୍ଠାର ଚିଠିରେ , ଏଲଜି ସକ୍ସେନା ଲେଖିଛନ୍ତି – ରାଜଧାନୀ ଦିଲ୍ଲୀରେ ଜରୁରୀକାଳିନ ବାୟୁ ସ୍ଥିତି ପାଇଁ ଆପଣ ଓ ଆପଣଙ୍କର ସରକାର ଦ୍ୱାରା ୧୧ ବର୍ଷର ଉପେକ୍ଷା ଓ ଅପରାଧିକ ନିଷ୍କ୍ରିୟତା ଦାୟୀ।
ହେଲେ ଦିଲ୍ଲୀରେ ବର୍ତ୍ତମାନ ବିଜେପିର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଶାସନ ଚାଲିଛି। ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇ ଥିବା ଚିଠିରେ ରାଜଧାନୀରେ ଲଗାତାର ଓ ସାଂଘାତିକ ବାୟୁ ପ୍ରଦୂଷଣ ସଙ୍କଟର ପୃଷ୍ଠଭୂମିରେ ଆସିଛି।
ନିଜର କାର୍ଯ୍ୟକାଳ ବେଳେ ,ଆମ୍ ଆଦମୀ ପାର୍ଟିର ସୁପ୍ରିମୋ କେଜ୍ରିୱାଲଙ୍କୁ ମଧ୍ୟ ଏହିପରି ବିପଜ୍ଜନକ ବାୟୁର ଗୁଣବତ୍ତା ସ୍ତର ଦେଇ ଗତି କରିବାକୁ ପଡ଼ିଥିଲା ଏବଂ ବିଜେପିର ନିର୍ବାଚନ ଘୋଷଣାପତ୍ର ପରି ସେ ସହରରେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଚଳିତ ବର୍ଷ ଫେବ୍ରୁଆରୀରେ ଆମ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଥିଲା ଏବଂ ସେ ବିଜେପି ଠାରୁ ନିର୍ବାଚନରେ ହାରି ଯାଇ ଥିଲା। ଯେଉଁଥିରେ ବିଜେପି ଦଳ ପାଇଁ ୨୬ ବର୍ଷ ପରେ ଦିଲ୍ଲୀରେ ଶାସନକୁ ଫେରିବାର ରାସ୍ତା ସ୍ପଷ୍ଟ ହୋଇପାରି ଥିଲା।
ଦିଲ୍ଲୀରେ ନିର୍ବାଚନୀ ପରାଜୟ ପରେ, ଆମ ଆଦମୀ ପାର୍ଟି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱରେ କେବଳ ପଞ୍ଜାବରେ ହିଁ ସରକାର ଚଲାଉଛି।