ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପାକିସ୍ତାନରେ ବ୍ୟାପିବାରେ ଲାଗିଛି ବିଷାକ୍ତ ଧୂଆଁ, ୨୪ ଘଣ୍ଟାରେ ୧୫ ହଜାରରୁ ଅଧିକ ଲୋକ ଭାଇରାଲ୍ ସଂକ୍ରମଣର ଶିକାର...

Published By : Ladu Kishor | November 14, 2024 5:25 PM

ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ଏବଂ ଅନ୍ୟାନ୍ୟ ଅଂଶରେ ବିଷାକ୍ତ ଧୂଆଁ ବ୍ୟାପିବାରେ ଲାଗିଛି। ଏହି ଧୂଆଁ ଏକ ନୂତନ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାରରୁ ଅଧିକ ଲୋକ ଶ୍ୱାସକ୍ରିୟା ଏବଂ ଭାଇରାଲ ସଂକ୍ରମଣର ଶିକାର ହୋଇଛନ୍ତି।

ଗଣମାଧ୍ୟମ ଅନୁଯାୟୀ, ଲାହୋରର ଡାକ୍ତରଖାନା ଗୁଡ଼ିକରେ ଶୁଖିଲା କାଶ, ଶ୍ୱାସକ୍ରିୟାରେ ଅସୁବିଧା, ନିମୋନିଆ ଏବଂ ଛାତି ସଂକ୍ରମଣରେ ପୀଡିତ ରୋଗୀମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ ଥିବା ପ୍ରମୁଖ ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଛି । ଯାହା ସୂଚନା ରହିଛି ଚାରି ହଜାରରୁ ଅଧିକ ରୋଗୀ ମାୟୋ ହସ୍ପିଟାଲରେ, ୩୫ ଶହ ରୋଗୀ ଜିନ୍ନା ହସ୍ପିଟାଲରେ, ୩ ହଜାର ରୋଗୀ ଗଙ୍ଗାରାମ ହସ୍ପିଟାଲରେ ଏବଂ ଦୁଇ ହଜାରରୁ ଅଧିକ ରୋଗୀ ଅନ୍ୟାନ୍ୟ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । 

ପାକିସ୍ତାନୀ ଡାକ୍ତର ଆଶରଫ ଜିଆ କହିଛନ୍ତି ଯେ ଆଜମା ଏବଂ ହୃଦଘାତରେ ପୀଡିତ ଶିଶୁ ଏବଂ ରୋଗୀଙ୍କ ପାଇଁ ଏହି ଧୂଆଁ ଅଧିକ ବିପଜ୍ଜନକ ହୋଇପାରେ। ବିଶେଷକରି ପିଲାମାନଙ୍କ ଉପରେ ଏହା ଅତ୍ୟନ୍ତ ଗମ୍ଭୀର ପ୍ରଭାବ ପକାଉଛି । ବିଷାକ୍ତ ଧୂଆଁ ବିଭିନ୍ନ ଭାଇରାଲ୍ ରୋଗ ଯଥା ନିମୋନିଆ ଏବଂ ଚର୍ମ ରୋଗରେ ବୃଦ୍ଧି ଘଟାଇଛି । ବର୍ତ୍ତମାନ ଲାହୋରରେ ଦଶରୁ ଅଧିକ ଭାଇରାଲ ରୋଗ ବ୍ୟାପିଛି ।

ବିଷାକ୍ତ ଧୂଆଁର ମୁକାବିଲା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏଥିମଧ୍ୟରେ ବିବାହ ଉପରେ ତିନିମାସ ବ୍ୟାନ, ପରିବହନ ବିଭାଗ ଦ୍ବାରା ନୂତନ ନିର୍ଦ୍ଦେଶାବଳୀ ଜାରି ଏବଂ ପଞ୍ଜାବ ପ୍ରଦେଶର ସ୍କୁଲ ଏବଂ କଲେଜ ଗୁଡିକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ନାସା ଏହି ବିଷାକ୍ତ କୁହୁଡ଼ିର ଚିତ୍ର ମଧ୍ୟ ସେୟାର କରିଛି, ଯେଉଁଥିରେ ଉତ୍ତର ପାକିସ୍ଥାନ ଉପରେ ଏକ ଘନ କୁହୁଡ଼ି ସ୍ତର ଦୃଶ୍ୟମାନ ହେଉଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.