ନୂଆଦିଲ୍ଲୀ : ବିହାର ନିର୍ବାଚନ ଏହି ଥର ଲାଲୁ ପରିବାରକୁ ଶକ୍ତ ଧକ୍କା ଦେଇଛି। ପ୍ରଥମେ ତ ନିର୍ବାଚନରେ ଆସନ ସଂଖ୍ୟାରେ ହ୍ରାସ ପାଇଥିଲା ଏବଂ ପରେ ରାଜନୀତିକ ବିଶ୍ୱସନୀୟତା ବାଜିରେ ଲାଗି ଥିଲା। ଏବେ ପରିବାର ମଧ୍ୟରେ ସଂପର୍କରେ ତିକ୍ତତା ଆସିଛି। ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ୨୪ ଘଣ୍ଟା ମଧ୍ୟ ବିତି ନାହିଁ ,ଲାଲୁ ଯାଦବଙ୍କର ଝିଅ ରୋହିଣୀ ରାଜନୀତି ଓ ପରିବାର ଉଭୟ ଛାଡ଼ିବାକୁ ଘୋଷଣା କରି ଦେଇଛନ୍ତି। ଏକ୍ସରେ ଲେଖି ରୋହିଣୀ ଆଚାର୍ଯ୍ୟ ଏହି ଘୋଷଣା କରିଛନ୍ତି। କହି ରଖୁଛୁ କି ବିହାର ନିର୍ବାଚନର କିଛି ସମୟ ପୂର୍ବରୁ ଲାଲୁ ଯାଦବ ନିଜର ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ପାର୍ଟି ଓ ପରିବାର ଉଭୟରୁ ବହିଷ୍କାର କରି ଦେଇ ଥିଲେ।
ରୋହିଣୀ ନିଜର ଟ୍ୱିଟ୍ରେ ସଞ୍ଜୟ ଯାଦବଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି। ରୋହିଣୀ ଲେଖିଛନ୍ତି ଯେ, ସଞ୍ଜୟ ଯାଦବ ଓ ରମିଜ ତାଙ୍କୁ ଏମିତି କରିବାକୁ କହିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ସବୁ ଅଭିଯୋଗକୁ ନିଜ ଉପରକୁ ନେଉଛି। ଆଶ୍ଚର୍ଯ୍ୟର କଥା ଏହା ଯେ, ରୋହିଣୀ ପ୍ରଥମେ କେବଳ ରାଜନୀତି ଛାଡ଼ିବା କଥା ଲେଖି ଥିଲେ। କିନ୍ତୁ ପରେ ସେ ଏହାକୁ ଏଡିଟ୍ କରି ସଞ୍ଜୟ ଯାଦବ ଓ ରମିଜଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି। କହି ରଖୁଛୁ କି, ରୋହିଣୀଙ୍କର ସଞ୍ଜୟ ଯାଦବଙ୍କ ସହ ଅନେକ ଦିନରୁ ତିକ୍ତତା ଲାଗି ରହିଛି। ଏହି ତିକ୍ତତା ବିହାର ଅଧିକାର ଯାତ୍ରାରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା , ଯେବେ ସଞ୍ଜୟ ଯାଦବ ବସ୍ର ଆଗ ସିଟ୍ରେ ବସି ଥିବା ନଜର ଆସି ଥିଲା। ଯେବେ ଏହା ଉପରେ ଅଭିଯୋଗ କରି ଜଣେ ଏକ୍ସ ୟୁଜର ପୋଷ୍ଟ ଲେଖି ଥିଲେ, ତ ରୋହିଣୀ ଏହାକୁ ସେୟାର ମଧ୍ୟ କରି ଦେଇ ଥିଲେ।
ଏହା ପ୍ରଥମ ଥର ନୁହେଁ ଯେବେ ରୋହିଣୀ ପରିବାରକୁ ନେଇ ଏହିପରି କଥା ଲେଖିଛନ୍ତି। ଏହା ପୂର୍ବରୁ ସେପ୍ଟମ୍ୱରରେ ମଧ୍ୟ ସେ ଏକ୍ସରେ ଏମିତି କିଛି ଲେଖି ଥିଲେ। ସେତେବେଳେ ରୋହିଣୀ ଲେଖିଥିଲେ , ମୁଁ ଜଣେ ଝିଅ ଓ ଭଉଣୀ ଭାବେ ନିଜର କର୍ତ୍ତବ୍ୟ ଏବଂ ଧର୍ମ ପାଳନ କରିଛି ଏବଂ ଆଗକୁ ବି ଏହା ପାଳନ କରିବି। ମୋର କୌଣସି ପଦପଦବୀର ଲାଳସା ନାହିଁ କି, ମୋର କୌଣସି ରାଜନୀତିକ ମହତ୍ତ୍ୱାକାଂକ୍ଷା ନାହିଁ। ମୋ ପାଇଁ ମୋର ଆତ୍ମ ସମ୍ମାନ ସର୍ବୋପରି। ଏହି ସମୟରେ ମନେକରାଯାଉ ଥିଲା ଯେ, ରୋହିଣୀ ପରିବାର ଠାରୁ ଦୂରେଇ ଯିବେ। କିନ୍ତୁ ବିଧାନସଭା ନିର୍ବାଚନରେ ରୋହିଣୀ ଖୋଲାଖୋଲି ତେଜସ୍ୱୀଙ୍କୁ ସହଯୋଗ କରି ଥିଲେ। ହେଲେ ନିର୍ବାଚନ ଫଳ ଆସିବା ପରେ ସେ ରାଜନୀତି ଓ ପରିବାର ଉଭୟ ଠାରୁ ଦୂରେଇ ଯିବା କଥା କହି ଦେଇଛନ୍ତି।