ଆଦିସ୍ ଅବାବା,୧୫/୦୩: ପୂର୍ବ ଆଫ୍ରିକୀୟ ଦେଶ ଇଥିଓପିଆରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ତାଣ୍ଡବ ସୃଷ୍ଟି କରିଛି । ଏଥିରେ ଏପର୍ଯ୍ୟନ୍ତ ୧୦୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁସାରେ ଗାଚୋ ବାବା, କମ୍ବା ଓ ବୋଙ୍କେ ଜିଲ୍ଲାରେ ମୂଷଳଧାରା ବର୍ଷା ହେବା ଯୋଗୁ ବନ୍ୟା ଓ ଭୂସ୍ଖଳନ ଘଟିଛି । ଭୂସ୍ଖଳନ ଯୋଗୁ ଅନେକ ଗାଁ ମାଟି ଓ କାଦୁଅ ଭିତରେ ପୋତି ହୋଇଯାଇଛି । ଅନେକ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପହଞ୍ଚି ପାରିନାହାନ୍ତି । ତେଣୁ ପ୍ରକୃତ କ୍ଷୟକ୍ଷତି ସମ୍ପର୍କରେ କିଛି ସ୍ପଷ୍ଟ ଚିତ୍ର ମିଳିନାହିଁ । ସରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ଦିନି ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ :-  ଇରାନର ' BRICS' ଚାଲ୍, ପଶ୍ଚିମ ଏସିଆ କଳିରେ ଛନ୍ଦି ହେବ କି ଭାରତ ?

ସ୍ଥାନୀୟ ପାଣିପାଗ ବିଭାଗର କହିବାନୁସାରେ, ବର୍ତ୍ତମାନ ଦେଶରେ ବର୍ଷା ହେଉଛି । ଆଗାମୀ ଦୁଇ ତିନି ଦିନ ଯାଏଁ ଏପରି ଅବସ୍ଥା ରହିବ । ବର୍ଷା ପାଇଁ ପାହାଡିଆ ଜାଗାରେ ମାଟି ଅତଡା ଖସିଛି । ଭୂସ୍ଖଳନ ହୋଇଛି । ଏହାସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।