ସାଲେପୁର,୨୬।୧୦ : ସାଲେପୁର ଥାନା ଅନ୍ତର୍ଗତ ପିକୋଳ ପଞ୍ଚାୟତ ନଗଳଧୁଆ ଗ୍ରାମରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବାଣ ଓ ବାରୁଜ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଗଙ୍ଗାଧର ବେହେରା।
ପିକୋଳ ପଞ୍ଚାୟତ ନଗଳଧୁଆ ଗ୍ରାମର ଗୋବିନ୍ଦ ବେହେରାଙ୍କ ପୁଅ ଗଙ୍ଗାଧର ବେହେରା ଆଗକୁ ଦୀପାବଳି ଥିବାରୁ ବେଆଇନ ଭାବେ ନିଜ ଘରର ବାଡ଼ିରେ ବିଭିନ୍ନ ପ୍ରକାରର ବାଣ ତିଆରି କରୁଥିଲେ। ଖବର ପାଇ ଆଜି ଦିନ ପ୍ରାୟ ଗୋଟାଏ ସମୟରେ ସାଲେପୁର ଥାନା ଅଧିକାରୀ ମନୋଜ ସ୍ବାଇଁଙ୍କ ଏକ ପୁଲିସ ଟିମ ଗଙ୍ଗାଧର ଘର ଉପରେ ଚଢ଼ାଉ କରିଥିଲେ। ସେଠାରୁ ବହୁମାତ୍ରାରେ ତାଳଫଟକା,ଗଡ଼ମା, ରକେଟ୍ ଧପଧପି ସମେତ ବିଭିନ୍ନ ପ୍ରକାରର ବେଆଇନ ବଣ ଓ ବାରୁଦ ଜବତ କରିବା ସହ ଗଙ୍ଗାଧରଙ୍କୁ ବେଆଇନ ବାଣ ତିଆାରି କରିବା ଅଭିଯୋଗରେ ଗିରଫ କରିଛି।