କଟକ, ୧୭/୦୨ : ଆଉ ମାତ୍ର ଦିନକ ପରେ ମାଟ୍ରିକ ପରୀକ୍ଷା। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଜରୁରୀ କାଳୀନ ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯାଇଛି। ସାଢେ ୯ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ସେଣ୍ଟରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ପୂର୍ବରୁ ୯ଟା ୧୫ ଯାଏଁ ଏଣ୍ଟ୍ରି କରିବାକୁ ଅନୁମତି ଦିଆଯାଇଥିଲା। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ସେହିପରି ମୋଟ ୩୦୮୨ଟି ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। କପି କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ପାଇଁ ଅତିରିକ୍ତ ୫୦ ମିନିଟ ସମୟ ଦିଆଯାଇଛି। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସେଣ୍ଟର ପକ୍ଷରୁ ସ୍କ୍ରାଇବ୍ ଯୋଗାଇ ଦିଆଯିବ। ଯଦି ନିଜେ ଚାହିଁବେ ତେବେ ଦଶମ ଶ୍ରେଣୀରୁ ତଳ ଶ୍ରେଣୀର ଛାତ୍ରଙ୍କୁ ସ୍କ୍ରାଇବ ଭାବେ ଭିନ୍ନକ୍ଷମ ପରୀକ୍ଷାର୍ଥୀ ଆଣି ପାରିବେ।

ଏହି ଖବରଟିକୁ ପଢନ୍ତୁ- ଜେଇଇ ମେନ୍ ସେସନ୍-୧ ଫଳ ପ୍ରକାଶ: ଭବେଶ ପାତ୍ର ଓଡ଼ିଶା ଟପର, ଦେଶରେ ୧୨ ଶିକ୍ଷାର୍ଥୀଙ୍କ ଶତପ୍ରତିଶତ ସ୍କୋର