ଚନ୍ଦାହାଣ୍ଡି, ୩୦।୩  : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବିଡିଓ ସୁକାନ୍ତ କୁମାର ପଟ୍ଟନାୟକଙ୍କ  ତତ୍ୱାବଧାନରେ ଚନ୍ଦାହାଣ୍ଡି  ବ୍ଲକ ପରିସରରେ ଅନ୍ତଦ୍ୟୋୟ ଗୃହ ଯୋଜନାର ଶୁଭାରମ୍ଭ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ   ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ  ଚନ୍ଦାହାଣ୍ଡି ତହସିଲଦାର  ସହଦେଵ କୂତୃକା, ଡାକ୍ତର ରୁଦ୍ରପ୍ରସାଦ ଗୌଡ଼, ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ବର୍ଷାରାଣୀ ପଟେଲ, ଜୋନ ୨ ବର୍ଷାରାଣୀ ପଟେଲ,  ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ସମାଜସେବୀ ବସନ୍ତ ମାଝି, ଅକାଳୁ ଜାଳି, ଭରତ ବାଘ ଭୋଦେବ ବାଘ ମୋହନ ନାୟକ ମଧୁସୂଦନ ନାଗେଶ ପ୍ରଭାତ ସୁନା ପ୍ରମୁଖ ଉପସ୍ଥିତ ଥିଲେ l

ଲୋକଙ୍କ ମନୋରଞ୍ଜନ  ସକାଶେ    ଜୁନାପାଣି ଆଶ୍ରମ ବିଦ୍ୟାଳୟର ଶିକ୍ଷୟତ୍ରୀ ଭାନୁମତୀ ମହାରଣାଙ୍କ ଦ୍ୱାରା ନିର୍ଦେଶିତ ଛାତ୍ରୀ ଙ୍କ ଦ୍ୱାରା ଘୁମୁରା ନୃତ୍ୟ ପରିବେଷଣ କରଯାଇ ଥିଲା l ଭିଡିଓ ସୋ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକିବାତରେ  କେନ୍ଦ୍ରର ବିଭିନ୍ନ ଯୋଜନା, ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କଳାହାଣ୍ଡି ଗସ୍ତ ଏବଂ ତାଙ୍କ ଅଭିଭାଷଣ ଲୋକେ ଶୁଣି ଥିଲେ l   ଏହା ପରେ ଚନ୍ଦାହାଣ୍ଡି ବ୍ଲକ ରେ  ୮୯ ଟି ଅନ୍ତଦ୍ୟୋୟ ହିତାଧିକାରୀ ମାନଙ୍କୁ କାର୍ଯ୍ୟଦେଶ ବଣ୍ଟନ କରାଯାଇ ଥିଲା l କାର୍ଯ୍ୟକ୍ରମ କୁ  ପାନାବେଡା ଯୁକ୍ତ ୨ ଅଧ୍ୟକ୍ଷ ନଳିନୀ କୁମାର ଦାସ ପରିଚାଳନା କରିଥିବା  ବେଳେ ବିପିସି  ଦୁର୍ଯ୍ୟଧନ ନାୟକ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ  ଜିପିଡିଓ ବାନାମ୍ବର ଦାଶ, ଡବ୍ଲ୍ୟୁଇଓ ସୁବ୍ରତ କୁମାର ପରିଡା, ଏଫଇଓ  ଭାବଗ୍ରାହୀ ନାୟକ, ବିଏସଏସଓ ଏଲିଜାବେଥ ଗରୋଡା,  ବିପିସି ( ମିଶନ ଶକ୍ତି ) ବନମାଳୀ ଖୋସଲା, କନିଷ୍ଠ ଯନ୍ତ୍ରୀ   ରାଜୀବ ଲୋଚନ ଧଳ, ସହକାରୀ ଯନ୍ତ୍ରୀ ଭଗବାନ ବେହେରା,  ସମସ୍ତ ପିଇଓ   ସମିତି ସଭ୍ୟ ସଭ୍ୟା ସରପଞ୍ଚ,  ଏବଂ  ଅଙ୍ଗନୱାଡି କର୍ମୀ  ବିଏଲଏଫ, ଜିପିଏଲଏଫ ସହ ସ୍ୱୟଂ ସହାୟିକା ଗୋଷ୍ଠୀ ଆଶାକର୍ମୀମାନେ ଉପସ୍ଥିତ ଥିଲେ l