ଭୁବନେଶ୍ୱର,୧୪/୦୬ : ମହାକାଳପଡ଼ା ସରପଞ୍ଚ ଚାମେଲି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଘଟଣାକୁ ନେଇ ରାଜ୍ୟ ସରକାର ସେହି ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି। ସ୍ଥାନୀୟ ଏସପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ଘଟଣାର ସତ୍ୟତା କେତେ ଅଛି ଜଣା ପଡିବ। ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ତାକୁ ନେଇ ଯେଉଁ ଖବର ଆସୁଛି ସେଥିରେ ସରକାର୍ ଅବଗତ ଅଛନ୍ତି।
ଆହୁରି ପଢନ୍ତୁ-‘ହେରିଟେଜ୍ ପ୍ରପର୍ଟି’ ପ୍ରମୋସନ ଗାଇଡଲାଇନ୍ସ; ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ପୁରାତନ ଦୁର୍ଗ, ପ୍ରାସାଦ ଓ ଭବନ
ଘଟଣାକୁ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ କିଏ ସମ୍ପୃକ୍ତ କାହାର ଦୋଷ ଅଛି ସ୍ପଷ୍ଟତା ଆସିବ। କୌଣସି ଘଟଣା ଘଟିଲେ ତାକୁ ବିରୋଧୀ ରାଜନୈତିକ ରଙ୍ଗ ଦେବା ସ୍ବାଭାବିକ। ଏହାକୁ ନେଇ ଏବେ ଟିପ୍ପଣୀ ଦେବା ଠିକ୍ ହେବ ନାହିଁ। ରିପୋର୍ଟ ଆସିଲେ ଯିଏ ସମ୍ପୃକ୍ତ ତାଙ୍କ ବିରୋଧରେ ଆକ୍ସନ ନିଆଯିବ।