ନୂଆଦିଲ୍ଲୀ,୧୨/୦୬; ଘରୋଇ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଗୁରବାଜଙ୍କ ଶତକ ବୃଥା ଯାଇଛି । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆରେ ଭାରତ ୭ ୱିକେଟ୍‌ରେ ବାଜି ମାରି ନେଇଛି । କ୍ୟାପ୍ଟେନ୍ ଗିଲ୍ ଅର୍ଦ୍ଧଶତକୀୟ ପାଳିରେ ଭାରତ ଜିତିଛି । ମ୍ୟାଚରେ ରୋହିତ ଓ ଶୁଭମନ ଓପନିଂ କରିଥିଲେ । ରୋହିତ ୧୭ ରନ କରି ଆଉଟ୍ ହୋଇଥିଲେ । ସାମାନ୍ୟ ଭୁଲ୍ ବୁଝାମଣା ହିଟମ୍ୟାନଙ୍କ ଇନିଂସ ଶେଷ କରି ଦେଇଥିଲା । ରୋହିତ ଶର୍ମାଙ୍କ ରନ୍ ଆଉଟ୍ ପଛରେ ଇନସାଇଡ୍ ଷ୍ଟୋରୀ କଣ ? ଶୁଭମନ ଗିଲଙ୍କ ସହିତ କଣ କନେକ୍ସନ । ପଢନ୍ତୁ ରିପୋର୍ଟରେ ।

ଯେତେବେଳେ ଜଣେ ବ୍ୟାଟର ରନ୍ ଆଉଟ୍ ହୁଅନ୍ତି, ତାହା ତାଙ୍କୁ ଅଧିକ ଯନ୍ତ୍ରଣା ଦିଏ । କେବେକେବେ ନନ-ଷ୍ଟ୍ରାଇକରଙ୍କ ଭୁଲ୍ ପାଇଁ ପାଭିଲିୟନ ଫେରିବାରୁ ପଡିଥାଏ । ଆଫଗାନିସ୍ତା ବିପକ୍ଷ ପ୍ରଥମ ଦିନିକିଆରେ ରୋହିତଙ୍କ କିଛି ସମାନ ଘଟଣା ଘଟିଥିଲା । ରୋହିତ ରନ୍ ନେବାକୁ ଚେଷ୍ଟା କରି ରନ୍ ଆଉଟ୍ ହୋଇଥିଲେ । ଅଧିନାୟକ ଶୁଭମନ ଗିଲ୍ ନନ୍ ଷ୍ଟ୍ରାଇକରେ ଛିଡା ହୋଇଥିଲେ । ରୋହିତଙ୍କ ଆଉଟରେ ଗିଲଙ୍କ ଖାସ୍ କନେକ୍ସନ ଅଛି । ୨୦୨୪ ମସିହାରୁ ରୋହିତ ଶର୍ମା ୨ ଥର ରନ ଆଉଟ୍ ହୋଇଛନ୍ତି, ଯେତେବେଳେ ବିରାଟ କୋହଲି ଏହି ସମୟ ମଧ୍ୟରେ ଥରେ ରନ ଆଉଟ୍ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ତିନୋଟି ସମୟରେ, ସମାନ ଖେଳାଳି ନନ୍-ଷ୍ଟ୍ରାଇକର ଏଣ୍ଡରେ ଠିଆ ହୋଇଥିଲେ । ଏହି ଖେଳାଳି ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଶୁଭମନ ଗିଲ । ଏହା ବ୍ୟତୀୟ ପ୍ରତିପକ୍ଷ ଦଳ ମଧ୍ୟ ଆଫଗାନିସ୍ତାନ ଥିଲା । ଆଉ ଏକ କଥା ହେଉଛି ରୋହିତଙ୍କ ବାଦ ବିରାଟ କୋହଲି ଥରେ ରନଆଉଟ୍ ହୋଇଛନ୍ତି । ସେହି ସମୟରେ ଶୁଭମନ ଗିଲ ନନ୍ ଷ୍ଟ୍ରାଇକରେ ଥିଲେ । କ୍ରିକେଟ କ୍ୟାରିୟରେ ରୋହିତ ୨୧ ଥର ରନ୍ ଆଉଟ୍ ହୋଇଛନ୍ତି । ବିରାଟ କୋହଲି ଏବଂ ଶିଖର ଧାୱନ କ୍ରିଜରେ ଥିବା ସମୟରେ ସେ ୩ ଥର ରନ୍ ଆଉଟ୍ ହୋଇଛନ୍ତି । ଗିଲ୍ ତାଙ୍କୁ ୨ ଥର ରନ୍ ଆଉଟ୍ କରିଛନ୍ତି ।

ରନ୍ ଆଉଟ୍ ପରେ ଗିଲଙ୍କୁ କଣ କହିଲେ ରୋହିତ ? ଘଟଣାଟି ମ୍ୟାଚର ଷଷ୍ଠ ଓଭରରେ ଘଟିଥିଲା । ରୋହିତ ଶର୍ମା ଯୁବ ଆଫଗାନିସ୍ତାନ ସ୍ପିନର ଆଲ୍ଲାହ ଘଜାନଫରଙ୍କ ଏକ ବଲ ମିଡୱିକେଟ ଆଡକୁ ଖେଳି ଦ୍ରୁତ ଗତିରେ ରନ ପାଇଁ ଦୌଡ଼ିଥିଲେ । ଶୁଭମନ ଗିଲ ପ୍ରଥମେ ରନ ନେବାକୁ ରାଜି ହୋଇଥିଲେ, କିନ୍ତୁ ଏହା ପରେ ହଠାତ୍ ଅଟକିଗଲେ । ରୋହିତଙ୍କୁ ଫେରିବାକୁ କହିଥିଲେ । ସେତେବେଳକୁ ରୋହିତ ବହୁ ଆଗକୁ ବଢି ସାରିଥିଲେ । ଆଫଗାନିସ୍ତାନ ଖେଳାଳିମାନେ ତୁରନ୍ତ ସୁଯୋଗର ଫାଇଦା ଉଠାଇଲେ, ଏବଂ ରସିଦ ଖାନଙ୍କ ଥ୍ରୋ ୱିକେଟକିପରଙ୍କ ପାଖକୁ ଷ୍ଟମ୍ପ ପଠାଇଦେଲା। ରୋହିତ ୧୬ ରନ କରି ରନ ଆଉଟ ହେଲେ । ତାଙ୍କ ମୁହଁରେ ନିରାଶା ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା । ସେ ରିପ୍ଲେକୁ ଅପେକ୍ଷା ନକରି ସିଧା ପାଭିଲିୟନ ଫେରିଗଲେ ।

ମ୍ୟାଚ୍ ପରେ ଉପସ୍ଥାପନା ସମୟରେ, ଯେତେବେଳେ ଶୁଭମନ ଗିଲଙ୍କୁ ପଚରାଗଲା ଯେ ସେ ରନ୍-ଆଉଟ୍ ବିଷୟରେ ରୋହିତ ଶର୍ମାଙ୍କ ସହ କଥା ହୋଇଛନ୍ତି କି, ଭାରତୀୟ ଅଧିନାୟକ ହସି ହସି ଉତ୍ତର ଦେଇଥିଲେ । ଗିଲ୍ କହିଥିଲେ, "ମୁଁ ଜାଣିଛି ସେ ରିପ୍ଲେ ଦେଖିଛନ୍ତି। ସେ କହିଥିଲେ ଯେ ସବୁକିଛି ଠିକ୍ ଅଛି । ସେ ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ ରେ ମଧ୍ୟ ରନ-ଆଉଟ ହୋଇଥିଲେ । ଶୁଭମନ ଗିଲଙ୍କ ପ୍ରତିକ୍ରିୟା ସମସ୍ତଙ୍କୁ ହସାଇ ଦେଇଥିଲା । ଏ ଘଟଣା ପାଇଁ ଡ୍ରେସିଂ ରୁମରେ କିଛି ବି ସମସ୍ୟା ନାହିଁ ।

ଏହା ବି ପଢନ୍ତୁ...Nitish Reddy: ‘ମମ୍ମି ୫ ମିନିଟ ପରେ କଲ୍ କରୁଛି’; ସାମ୍ବାଦିକ ସମ୍ମିଳନୀରେ ହୃଦୟ ଜିତିଲେ ନୀତିଶ ରେଡ୍ଡୀ, ଭିଡିଓ ହେଲା ଭାଇରାଲ