ଡେରାଡୁନ୍, ୧୪/୦୬: ଆଫଗାନିସ୍ତାନ ବିପକ୍ଷରେ ଭାରତ ଦମଦାର ବିଜୟ । ଧର୍ମଶାଳା ଦିନିକିଆକୁ ୭ ୱିକେଟ୍‌ରେ ଜିତି ନେଇଛି ଟିମ୍ ଇଣ୍ଡିଆ । ବର୍ଷାରେ ପ୍ରଭାବିତ ଏହି ମ୍ୟାଚ୍‌ ୨୫ ଓଭର ବିଶିଷ୍ଟ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଅଫଗାନିସ୍ତାନ ୧୯୪ ରନ୍ କରିଥିଲେ । ଫଳରେ ଭାରତ ୧୯୫ ରନ ଟାର୍ଗେଟ୍ ରହିଥିଲା । ମାତ୍ର ଏହି ମ୍ୟାଚକୁ ଟିମ୍ ସହଜରେ ଜିତି ନେଇଛି । ଶୁବମନ ଗିଲ୍ ଏହି ମ୍ୟାଚରେ କ୍ୟାପନେଟ୍ ଇନିଂସ ଖେଳିଥିଲେ । ସେ ୮୪ ରନର ଆପରାଜିତ ପାଳି ଖେଳିଥିଲେ । ସେହିପରି କେଏଲ ରାହୁଲ ୩୯ ରନ୍ ଦଳକୁ ମ୍ୟାଚ୍ ଜିତାଇବାରେ ସହଯୋଗ କରିଥିଲେ । ତେବେ ଏହି ମ୍ୟାଚ ପରେ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ସାମ୍ନାକୁ ଆସିଥିଲା । ସୋସିଆଲ ମିଡିଆରେ ଖୁବ୍‌ ଏହା ଭାଇରାଲ୍‌ ହେଉଛି ।

ଟିମ୍ ଇଣ୍ଡିଆର ବିଜୟ ପରେ ନିତିଶ ରେଡ୍ଡୀ ପ୍ରେସ୍‌ କନଫରେନ୍ସରେ ବସିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ତାଙ୍କ ମା’ଙ୍କ କଲ୍ ଆସିଥିଲା । ଏହି ସମୟରେ ସେ କଲ୍ ଉଠାଇ ପାଞ୍ଚ ମିନିଟ୍ ପରେ କଲ୍ କରୁଛି ବୋଲି କହିଥିଲେ ଏବଂ ପ୍ରେସ୍ କନଫରେନ୍ସକ ଗୁରୁତ୍ବ ଦେଇ ଆଲୋଚନା ପୁନଃ ଆରମ୍ଭ କରିଥିଲେ । ତେବେ ଭାରତର ବିଜୟ ପରେ ଏହି ଭାବପୂର୍ଣ୍ଣ ମୁହୂର୍ତ୍ତ  କ୍ରିକେଟ୍ ପ୍ରେମୀଙ୍କୁ  ହୃଦୟ ଜିତିଛି। ଅନେକ କହିଛନ୍ତି ଯେ ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିଲେ ମଧ୍ୟ ନିତୀଶ କୁମାର ରେଡ୍ଡୀ ପରିବାର ସହିତ ଯୋଡ଼ି ହୋଇ ରହିଛନ୍ତି । ପରିବାର ପ୍ରତି ତାଙ୍କର ସମ୍ପର୍କ ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ।

ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲେ । ୨୫ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚରେ ଦଳ ୧୯୪ ରନ ସଂଗ୍ରହ ଆଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ରେହମାନଉହ୍ଲା ଗୁରବାଜ୍ ଦୁଇ ଶହ ଷ୍ଟ୍ରାଇକ୍ ରେଟରେ ମାତ୍ର ୫୧ ବଲରୁ ୧୦୨ ରନ ଦମଦାର ଇନିଂସ ଖେଳିଥିଲେ । ସେହିପରି କ୍ୟାପଟେନ୍ ହସମତୁହ୍ଲା ସାଇଦି ୨୭ ରନ ଏବଂ ଆଜମତୁହ୍ଲା ଓମରଜାଇ ୨୬ ରନ କରିଥିଲେ । ଭାରତ ପକ୍ଷରୁ ଦୁଇ ଡେବ୍ୟୁଟାଣ୍ଟ ଗୁରନୁର ବାର୍ର ଏବଂ ହର୍ଷ ଦୁବେ ତିନୋଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଅନ୍ୟପଟେ ଟିମ୍ ଇଣ୍ଡିଆ ୧୯୫ ରନ ଟାର୍ଗେଟକୁ ପିଛା କରି ୨୨.୫ ଓଭରରେ ମ୍ୟାଚକୁ ଜିତି ନେଇଥିଲା । ଦଳ ପକ୍ଷରୁ ଅଧିନାୟକ ଶୁବମନ ଗିଲ୍ ଅପରାଜିତ ୮୪ ରନର ଇନିଂସ ଖେଳିଥି ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଜିତାଇଥିଲେ । ଅଧିନାୟକ ନିଜେ ପ୍ରଥମ ଦିନିକିଆରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।

ଅଧିକ ପଢନ୍ତୁ- Rohit Sharma: ଛୋଟ ଇନିଂସ ବଡ଼ ସଫଳତା,୧୬ ରନ୍‌ କରି ୩୭ ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ