ବ୍ରହ୍ମପୁର,୧୩।୧: ଆଇନଜୀବୀ ପୀତବାସ  ପଣ୍ ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ୬ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ୍ କରିଛନ୍ତି ଏସଡିଜେଏମ। ମଳୟ ବିଷୋୟୀଙ୍କ ସମେତ ସୁନୀଲ ହୋତା, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, ଶିଶୁପାଳ କୁମାର ପାଶୱାନ ଓ କୁନ୍ଦନ କୁମାରଙ୍କ ଜାମିନ ଆବେଦନ ପିଟିସନ ଏସଡିଜେଏମ କୋର୍ଟରେ ଖାରଜ ହୋଇଥିବା ନେଇ ଓକିଲ କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ଚକ୍ରପାଣି ନାହାକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣଙ୍କ ଜାମିନ ପାଇଁ ଆବେଦନ ହୋଇଥିଲା । ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ, ଦୀପକ ପଟ୍ଟନାୟକ, କୁମାର କାନ୍ତ ବେହେରା, କୈଳାସ ପଣ୍ଡା ମାମଲା ପରିଚାଳନା କରିଥିବା ବେଳେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି କାଳୀଚରଣ ମିଶ୍ର, ଅଭିନାଶ ପାଢ଼ୀ, ପିପି ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ ।