ନୂଆଦିଲ୍ଲୀ,୧୩/୦୧: ମଧ୍ୟପ୍ରାଚ୍ୟରେ ବଢୁଛି ଯୁଦ୍ଧ ଘନଘଟା । ଯେକୌଣସି ମୂହୁର୍ତ୍ତରେ ଇସଲାମିକ ଗଣରାଜ୍ୟ ଇରାନ ଉପରେ ହମଲା କରିପାରେ ଆମେରିକା । ଆକ୍ରମଣ କରିବା ମୁଡ୍ ବନେଇ ସାରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନରେ ବଢ଼ୁଥିବା ହିଂସାତ୍ମକ ପ୍ରତିବାଦ ମଧ୍ୟରେ ଆମେରିକା ନିଜର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛି । ତୁରନ୍ତ ଇରାନ ଛାଡିବାକୁ ଆମେରିକାର ତାର ନାଗରିକଙ୍କୁ ପରାମର୍ଶ ଦେଇଛି ।
ଗତ ସପ୍ତାହେ ଧରି ଇରାନରେ ସରକାର ବିରୋଧୀ ପ୍ରତିବାଦ ଜାରି ରହିଛି । ସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ଖରାପ ହେଉଛି । ଇରାନ ମାନବାଧିକାର କର୍ମୀ ସମ୍ବାଦ ସଂସ୍ଥା ସୂଚନା ଅନୁୟାୟୀ ଏ ପର୍ଯ୍ୟନ୍ତ ହିଂସାରେ ୬୪୬ ଜଣଙ୍କର ମୃତ୍ୟୁ ହୋଇଛି । ୧୦ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କରେ ଆକ୍ସନ ନେବ ବୋଲି ଖାମେନେଇ ସରକାରକୁ ଚେତାବନୀ ଦେଇ ଆସୁଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ । ଏବେ କୌଣସି ମୂହୁର୍ତ୍ତରେ ଆକ୍ରମଣ କରିପାରେ । ଆମେରିକା ଇରାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଆମେରିକା ତାର ନାଗରିକମାନଙ୍କୁ ପରାମର୍ଶ ଜାରି କରି ସେମାନଙ୍କୁ ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ ଦେଇଛି ।
ଆଡଭାଇଜରିରେ ଆମେରିକା କଣ କହିଛି ? ଆଡଭାଇଜରିରେ ଗିରଫଦାରୀ, ଆହତ, ସୁରକ୍ଷା ବ୍ୟବସ୍ଥା ଏବଂ ଇଣ୍ଟରନେଟ୍ ବନ୍ଦ ବିଷୟରେ ଉଲ୍ଲେଖ କରାଯାଇଛି । ଇରାନ ସରକାର ମୋବାଇଲ୍ ଫୋନ୍, ଲ୍ୟାଣ୍ଡଲାଇନ୍ ଏବଂ ଜାତୀୟ ଇଣ୍ଟରନେଟ୍ ନେଟୱାର୍କର ପ୍ରବେଶକୁ ପ୍ରତିବନ୍ଧିତ କରିଥିବା ଏଥିରେ କୁହାଯାଇଛି। ନାଗରିକମାନଙ୍କୁ ଆର୍ମେନିଆ କିମ୍ବା ତୁର୍କୀ ଦେଇ ଦେଶ ଛାଡିବାକୁ ଏବଂ ଯୋଗାଯୋଗର ବିକଳ୍ପ ଉପାୟ ବ୍ୟବହାର କରିବାକୁ କୁହାଯାଇଛି । ଆର୍ମେନିଆ କିମ୍ବା ତୁର୍କୀ ଦେଇ ଇରାନ ଛାଡିଦେବାକୁ କୁହାଯାଇଛି ।
ଆଡଭାଇଜରିରେ ଆହୁରି କୁହାଯାଇଛି, ଏୟାରଲାଇନ୍ସଗୁଡ଼ିକ ଇରାନକୁ ଏବଂ ଇରାନରୁ ଉଡ଼ାଣ ସୀମିତ କିମ୍ବା ବାତିଲ କରୁଛନ୍ତି । ଅନେକ ଏୟାରଲାଇନ୍ସ ଜାନୁଆରି ୧୬ ଯାଏଁ ସେବା ସ୍ଥଗିତ ରଖିଛନ୍ତି । ଇଣ୍ଟରନେଟ୍ ବିଭ୍ରାଟ ଜାରି ରହିବ ବୋଲି ଆମେରିକୀୟ ନାଗରିକମାନେ ମନେ ରଖିବା ଉଚିତ୍ ।