ଆଳି,୦୪/୧୦: ଆଳି ବଜାର ନିକଟବର୍ତ୍ତୀ ନିଆଳ ତେଲ ଟାଙ୍କି ପଡ଼ିଆରେ କଲରାପତରିଆ ବାଘ ବୁଲୁଥିବା ନେଇ ଏକ ଭିଡିଓ ଓ ଫଟୋ ଭାଇରାଲ୍‌ ହେବାରେ  ଲାଗିଛି । ଭିଡିଓରେ ଅସ୍ପଷ୍ଟ ଭାବେ ଏକ ଜନ୍ତୁ ଚାଲି ଚାଲି ଯାଉଥିବା ଦେଖା  ଯାଉଥିବା ବେଳେ ଏକ ଗଛ ଡାଳରେ ବାଘଟି ଶୋଇଥିବା ଦେଖିବାକୁ ମିଳିଛି ।  ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ  ଖେଳିଯାଇଛି । ଅପରପକ୍ଷରେ କେତେକ ଏହାକୁ ଗୁଜବ ବୋଲି କହିଛନ୍ତି ।