ନୂଆଦିଲ୍ଲୀ: ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଖୁସି ଖବର। ଗୃହ ଋଣ ସୁଧ ହାରରେ ବଡ଼ ହ୍ରାସ କଲା ଏଲଆଇସି ହାଉସିଂ ଫାଇନାନ୍ସ (LIC HFL)। ନୂଆ ଗୃହ ଋଣ ପାଇଁ ପ୍ରାରମ୍ଭିକ ସୁଧ ହାରକୁ ୭.୧୫%କୁ ହ୍ରାସ କରିଛି କମ୍ପାନୀ। ଏହି ନୂଆ ସୁଧ ହାର ଭଲ କ୍ରେଡିଟ୍ ପ୍ରୋଫାଇଲ୍ (CIBIL ସ୍କୋର) ଥିବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଏଲଆଇସି ସୁଧ ହାର ଦେଶର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ, ଏସ୍ବିଆଇର ପ୍ରାରମ୍ଭିକ ସୁଧ ହାର ଠାରୁ ବି କମ୍ ରହିଛି।
CIBILସ୍କୋର ଆଧାରରେ ନିର୍ଦ୍ଧାରିତ ହେବ ହାର
• LIC-HFLଅନୁଯାୟୀ,ନୂଆ ସୁଧ ହାର ସମ୍ପୂର୍ଣ୍ଣ ଭାବରେ ଋଣଗ୍ରହୀତାଙ୍କCIBILସ୍କୋର ଉପରେ ଆଧାରିତହେବ।
• CIBILସ୍କୋର ହେଉଛି ଏକ ତିନି-ଅଙ୍କ ବିଶିଷ୍ଟ ସଂଖ୍ୟା ଯାହା ଆପଣଙ୍କର ପୂର୍ବ ଋଣ ଇତିହାସ ଏବଂ ପରିଶୋଧ କ୍ଷମତାକୁ ପ୍ରତିଫଳିତ କରେ।
• କମ୍ପାନୀର ଲକ୍ଷ୍ୟ ହେଉଛି ସେହି ଗ୍ରାହକମାନଙ୍କୁ ଲାଭ ପହଞ୍ଚାଇବା ଯେଉଁମାନେ ଏକ ଭଲ କ୍ରେଡିଟ୍ ରେକର୍ଡ ବଜାୟ ରଖିଛନ୍ତି।
୮୨୫ରୁ ଅଧିକ ସ୍କୋର ଥିବା ଲୋକଙ୍କ ପାଇଁ ସବୁଠାରୁ ଶସ୍ତା ଋଣ
• CIBILସ୍କୋର ୮୨୫ କିମ୍ବା ତା’ଠାରୁ ଅଧିକ ଥିବା ଗ୍ରାହକମାନେ ସର୍ବନିମ୍ନ ୭.୧୫%ସୁଧ ହାରରେ ଋଣ ପାଇବା ପାଇଁ ଯୋଗ୍ୟ ହେବେ। ଏହି ହାରରେ₹୫ କୋଟି ପର୍ଯ୍ୟନ୍ତ ଗୃହ ଋଣ ପାଇପାରିବେ।
• ହୋମ ଫାଇନାନ୍ସକୁ ଅଧିକ ସୁଲଭ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କମ୍ପାନୀ ସ୍ପଷ୍ଟ କରିଛି। ଏଥିରେ ସେହି ଲୋକଙ୍କ ମାସିକ ଇଏମ୍ଆଇ କମ ହେବ ଯେଉଁମାନେ ବଡ଼ ଋଣ ପରିମାଣ ପାଇଁ ଆବେଦନ କରନ୍ତି।
ଇକୋନୋମିକ୍ସ ଟାଇମ୍ସରିପୋର୍ଟ ଅନୁଯାୟୀ,ଏଲଆଇସିହାଉସିଂ ଫାଇନାନ୍ସର ନୂଆ ସୁଧ ହାର ଷ୍ଟେଟ୍ ବ୍ୟାଙ୍କ (SBI)ତୁଳନାରେ ସାମାନ୍ୟ କମ୍। ଏସବିଆଇ ବର୍ତ୍ତମାନ ୭.୨୫% ପ୍ରାରମ୍ଭିକ ହାରରେ ଗୃହ ଋଣ ପ୍ରଦାନ କରୁଛି। ଏହି ନୂଆ ହାର ଡିସେମ୍ବର ୧୫ ତାରିଖରୁ ଲାଗୁ ହୋଇଛି। ଏଲଆଇସିର ନୂଆ ହାର ମାର୍କେଟ୍ରେ ଏକ ପ୍ରକାର ପ୍ରତିଯୋଗିତା ବୃଦ୍ଧି କରିଛି।ଭଲ କ୍ରେଡିଟ୍ ସ୍କୋର ଥିବା ଗ୍ରାହକଙ୍କୁ ଏହା ଲାଭ ଦେବ।
ଏଲଆଇସି ହାଉସିଂ ଫାଇନାନ୍ସ ଗୃହ ଋଣ ସୁଧ ହାର ଦେଖନ୍ତୁ-
|
CIBIL Score |
Loan Slab |
Interest Rate |
|
≥ 825 |
Up to Rs 5 crore |
7.15% |
|
≥ 825 |
> Rs 5 crore & up to Rs 15 crore |
7.45% |
|
------------------- |
--------------------------------- |
--------------- |
|
800–824 |
Up to Rs 5 crore |
7.25% |
|
800–824 |
> Rs 5 crore & up to Rs 15 crore |
7.55% |
|
------------------- |
--------------------------------- |
--------------- |
|
775–799 |
Up to Rs 50 lakh |
7.35% |
|
775–799 |
> Rs 50 lakh & up to Rs 2 crore |
7.45% |
|
775–799 |
> Rs 2 crore & up to Rs 15 crore |
7.65% |
|
------------------- |
--------------------------------- |
--------------- |
|
750–774 |
Up to Rs 50 lakh |
7.45% |
|
750–774 |
> Rs 50 lakh & up to Rs 2 crore |
7.55% |
|
750–774 |
> Rs 2 crore & up to Rs 15 crore |
7.75% |
|
------------------- |
--------------------------------- |
--------------- |
|
725–749 |
Up to Rs 50 lakh |
7.65% |
|
725–749 |
> Rs 50 lakh & up to Rs 2 crore |
7.75% |
|
725–749 |
> Rs 2 crore & up to Rs 15 crore |
7.95% |
|
------------------- |
--------------------------------- |
--------------- |
|
700–724 |
Up to Rs 50 lakh |
7.95% |
|
700–724 |
> Rs 50 lakh & up to Rs 2 crore |
8.05% |
|
700–724 |
> Rs 2 crore & up to Rs 15 crore |
8.25% |
|
------------------- |
--------------------------------- |
--------------- |
|
600–699 |
Up to Rs 50 lakh |
8.75% |
|
600–699 |
> Rs 50 lakh & up to Rs 2 crore |
8.85% |
|
600–699 |
> Rs 2 crore & up to Rs 15 crore |
9.50% |
|
------------------- |
--------------------------------- |
--------------- |
|
< 600 |
Up to Rs 50 lakh |
9.55% |
|
< 600 |
> Rs 50 lakh & up to Rs 2 crore |
9.65% |
|
< 600 |
> Rs 2 crore & up to Rs 5 crore |
10.00% |
|
------------------- |
--------------------------------- |
--------------- |
|
150–200 |
Up to Rs 35 lakh |
7.65% |
|
150–200 |
> Rs 35 lakh & up to Rs 2 crore |
7.75% |
|
------------------- |
--------------------------------- |
--------------- |
|
101–149 |
Up to Rs 35 lakh |
7.95% |
|
101–149 |
> Rs 35 lakh & up to Rs 2 crore |
8.05% |
ତେବେ ଯେଉଁମାନେ ନୂଆ ଋଣ ନେବେ ସେମାନଙ୍କ ପାଇଁ ଏହି ସୁବିଧା ଲାଗୁ ହେବ। ଏଲଆଇସି ହାଉସିଂ ଫାଇନାନ୍ସ କହିଛି ଯେ ଯେଉଁ ଗ୍ରାହକମାନେ ଅନ୍ୟ ବ୍ୟାଙ୍କ କିମ୍ବା ହାଉସିଂ କମ୍ପାନୀରୁ ସେମାନଙ୍କର ଋଣ ଏଲଆଇସିକୁ ସ୍ଥାନାନ୍ତର କରିବାକୁ ଚାହାଁନ୍ତି (ବାଲାନ୍ସ ଟ୍ରାନ୍ସଫର) ସେମାନେ ମଧ୍ୟ ଏହି ନୂଆ ହାରର ଲାଭ ଉଠାଇପାରିବେ। ଏହା ପୂର୍ବରୁ ଥିବା ଗ୍ରାହକମାନଙ୍କୁ ସେମାନଙ୍କର ଇଏମଆଇ ହ୍ରାସ କରିବାର ସୁଯୋଗ ମଧ୍ୟ ଦେବ।
ଏସବିଆଇ ହାଉସିଂ ଫାଇନାନ୍ସ ଗୃହ ଋଣ ସୁଧ ହାର-
|
Loan Type |
Interest Rate |
|
Home Loan (TL) |
7.25% – 8.45% |
|
Home Loan Maxgain (OD) |
7.50% – 8.70% |
|
Top Up Loan |
7.75% – 10.50% |
|
Top Up (OD) Loan |
8.00% – 9.20% |
|
Loan Against Property (P-LAP) |
8.95% – 10.50% |
|
Reverse Mortgage Loan (RML) |
10.30% |
ବଜାର ବିଶେଷଜ୍ଞଙ୍କ କହିବା କଥା ହେଲା ଏଲଆଇସିର ସୁଧ ହ୍ରାସ ଦ୍ୱାରା ଘରଗୁଡ଼ିକର ଚାହିଦାକୁ ବୃଦ୍ଧି ହେବ। ସୁଧ ହାରରେ ସାମାନ୍ୟ ହ୍ରାସ ମଧ୍ୟ ଦୀର୍ଘକାଳୀନ ଋଣ ଉପରେ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବ। ତେବେ ପ୍ରତିଯୋଗିତା ବଢ଼ିବାରୁ ଭବିଷ୍ୟତରେ,ଅନ୍ୟ ଘରୋଇ ଏବଂ ସରକାରୀ ବ୍ୟାଙ୍କ ମଧ୍ୟ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ସେମାନଙ୍କର ସୁଧ ହାର ହ୍ରାସ କରିପାରନ୍ତି।