ଚେନ୍ନାଇ,୧୨/୦୫; ଆକ୍ସନ ମୋଡରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣର ୨ ଦିନ ପରେ ନେଲେ ବଡ଼ ନିଷ୍ପତ୍ତି । ଏଣିକି ଧାର୍ମିକ ସ୍ଥଳ, ବସ୍ ଷ୍ଟାପ ଏବଂ ସ୍କୁଲ ପାଖାପାଖି ଅଞ୍ଚଳରେ ରହିବନି ମଦ ଦୋକାନ । ଥିଲେ ଶୀଘ୍ର ଝୁଲିବ ତାଲା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଯୁବପିଢ଼ିଙ୍କୁ ମଦ୍ୟପାନରୁ ଦୂରେଇ ରଖିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ମନ୍ଦିର, ମସଜିଦ, ଚର୍ଚ୍ଚ, ସ୍କୁଲ, କଲେଜ ଏବଂ ବସ୍ ଷ୍ଟପର ୫୦୦ ମିଟର ମଧ୍ୟରେ ଥିବା ମଦ ଦୋକାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୧୭୧ ମଦ ଦୋକାନ ରହିଛି ଯେଉଁଥିରେ ଶୀଘ୍ର ତାଲା ପଡ଼ିବାକୁ ଯାଉଛି ।  ଦୁଇ ସପ୍ତାହ ମଧ୍ୟରେ ପୂର୍ବ ସରକାରରେ ଚାଲୁଥିବା TASMAC ମଦ ଦୋକା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ । ଏହି ନିଷ୍ପତ୍ତି ଜନହିତକର ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ।

​​​​​​​ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରନରେ ୩ଟି ବଡ଼ ନିଷ୍ପତ୍ତି ନେଇଥଲେ । ୨୦୦ ୟୁନିଟ୍ ମାଗଣା ବିଜୁଳି ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଏବଂ ତୃତୀୟଟି ଥିଲା ନିଶା ନିବାରଣ ପାଇଁ ପ୍ରତି ଜିଲ୍ଲାରେ ଏକ ସ୍ୱତନ୍ତ୍ର ଫୋର୍ସ ପ୍ରତିଷ୍ଠା କରିବା । ଆଜି ତୃତୀୟ ଦିନରେ ବଡ଼ ନିଷ୍ପତ୍ତି ନେଇ ଧାର୍ମିକ ସ୍ଥଳ, ସ୍କୁଲ ଏବଂ ବସ୍ ଷ୍ଟାପର ୫୦୦ମିଟର ଯାଏ ମଦ ଦୋକାନ ରହିବ ନାହିଁ । ତାମିନାଡୁରେ ମଦ ଦୋକାନ ଗୁଡିକ ପ୍ରାୟତଃ ଆଲୋଚନାର ବିଷୟ ରହି ଆସିଛି । ସ୍କୁଲ, କଲେଜ ଏବଂ ଧାର୍ମିକ ସ୍ଥଳ ନିକଟରେ ଥିବା ମଦ ଦୋକାନଗୁଡିକ ବନ୍ଦ କରିବାକୁ ଜନସାଧାରଣ ଦାବି କରି ଆସୁଥିଲେ । ରାଜସ୍ୱ ମିଳୁଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଡିଏମକେ ହେଉ ଏଆଇଏଡିଏମକ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ତାମିଲନାଡୁରେ ମଦ ନିଷେଧ ପ୍ରତିଶ୍ପୁତି ଦେଇଥିଲେ କିନ୍ତୁ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

​​​​​​​ତାମିଲନାଡୁ ସରକାରଙ୍କ ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ୍ ୪,୭୬୫ TASMAC  (Tamil Nadu State Marketing Corporation) ମଦ ଦୋକାନ ରହିଛି । ନୂଆ ନୀତି ଅନୁସାର ୭୧୭ ଦୋକାନ ଚିହ୍ନଟ କରାଯାଇଛି । ଯେଉଁଗୁଡିକ ଧାର୍ମିକ ସ୍ଥଳରେ ୨୭୬ ଦୋକାନ,  ସ୍କୁଲ ପାଖାପାଖି ଅଞ୍ଚଳରେ ୧୮୬ ଦୋକାନ ଏବଂ ବସ୍ ଷ୍ଟପ ପାଖରେ ୨୫୫ ମଦ ଦୋକାନ ରହିଛି । ମୁଖ୍ୟମନ୍ତ୍ରୀ ବିଜୟ ଏହା ପୂର୍ବରୁ ନିଶା ଦ୍ରବ୍ୟ ତସ୍କରୀ ଏବଂ ବିକ୍ରି ଉପରେ କଟକଣା ଲଗାଇବାକୁ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ଘୋଷଣା କରିଥିଲେ ।

ଏହା ବି ପଢନ୍ତୁ...ଟିଭିକେ-କଂଗ୍ରେସ ମେଣ୍ଟ ସରକାର, ଥାଲାପତି ବିଜୟଙ୍କ ଟିମ୍ରେ ଖୁବ୍ଶୀଘ୍ର ସାମିଲ ହେବେ ୨ କଂଗ୍ରେସ ବିଧାୟକ    

୨୦୨୩ ମସିହାରେ, ଷ୍ଟାଲିନଙ୍କ ସରକାର ମଦ୍ୟପାନ ଜନିତ ମୃତ୍ୟୁ ପରେ ପ୍ରାୟ ୫୦୦ ସରକାରୀ ପରିଚାଳିତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ତାମିଲନାଡୁରେ ୫,୦୦୦ରୁ ଅଧିକ ସରକାରୀ ପରିଚାଳିତ ମଦ ଦୋକାନ ଅଛି ।  ଯେଉଁଥିରୁ ପ୍ରାୟ ୪୦,୦୦୦ କୋଟି ଟଙ୍କାର ରାଜସ୍ୱ ଆସିଥାଏ । ଜୟଲଳିତା ୨୦୧୬ ମସିହାରେ ଧୀରେ ଧୀରେ ମଦ ଦୋକାନ ବନ୍ଦ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ରାଜ୍ୟ ସରକାରମାନେ ଯୁକ୍ତି ଦେଇଛନ୍ତି ଯେ,  ସମ୍ପୂର୍ଣ୍ଣ ନିଷେଧ ବେଆଇନ ମଦ ପାଇଁ ପଥ ପ୍ରଶସ୍ତ କରିବ, ଯାହା ଫଳରେ ଜୀବନହାନି ଘଟିବ । ଉଲ୍ଲେଖନୀୟ ଯେ, ଷ୍ଟାଲିନଙ୍କ ସରକାର ସମୟରେ ପ୍ରାୟ ୬୦ ଜଣଙ୍କର ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ହୋଇଥିଲା ।