ନୂଆଦିଲ୍ଲୀ,୨୪/୦୩; ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ସରକାର ଚଳିତ ଅଧିବେଶନରେ ଅତିକମରେ ଦୁଇଟି ବିଲ୍ ଆଗର କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ପରବର୍ତ୍ତୀ  ଲୋକସଭା ଏବଂ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ (୩୩ ପ୍ରତିଶତ୦ ସ୍ଥାନ ସଂରକ୍ଷଣ କରିବ । ଏହି ପଦକ୍ଷେପ ଦେଶର ରାଜନୈତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି ।

ଲୋକସଭା ଆସନରେ ୫୦% ବୃଦ୍ଧି-  ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ସରକାର ଲୋକସଭା ଆସନର ମୋଟ ସଂଖ୍ୟା ବର୍ତ୍ତମାନର ୫୪୩ରୁ ୮୧୬କୁ ବଢାଇବାକୁ ଯୋଜନା କରୁଛନ୍ତି । ଏହାର ଅର୍ଥ ହେଉଛି ୨୭୩ଟି ନୂା ଆସନ ଯୋଡ଼ାଯିବ,ଯାହା ମଧ୍ୟରୁ ଅଧିକାଂଶ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏହା ସଂସଦରେ ସଂଖ୍ୟାଗରିଷ୍ଠତା ସଂଖ୍ୟାକୁ ୪୦୯କୁ ବୃଦ୍ଧି କରିବ । ପାଞ୍ଚ ଦଶନ୍ଧି ମଧ୍ୟରେ ଏହି ବୃଦ୍ଧି ପ୍ରଥମ ହେବ । ଏହା ବିଦ୍ୟମାନ ପୁରୁଷ ସାଂସଦଙ୍କ ରାଜନୈତିକ ପ୍ରତିଷ୍ଠାକୁ ବିପଦରେ ପକାଇବ ନାହିଁ । ଏହା ରାଜ୍ୟସଭା କିମ୍ବା ରାଜ୍ୟ ବିଧାନସଭା ପରିଷଦ ସଦସ୍ୟଙ୍କ ସଂଖ୍ୟାକୁ ପ୍ରଭାବିତ କରିବ ନାହିଁ । ୨୦୧୧ ଜନଗଣନାର ସୀମା ନିର୍ଦ୍ଧାରଣ ଏବଂ ବ୍ୟବହାର ୨୦୨୩ ମସିହାରେ ଗୃହୀତ ନାରୀ ଶକ୍ତି ବନ୍ଦନ ଆଇନ, ନୂଆ ଜନଗଣନା ପରେ ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣ ସହିତ ଯୋଡ଼ିଥିଲା । ବର୍ତ୍ତମାନ ସରକାର ଏହି ବ୍ୟବସ୍ଥାକୁ ହଟାଇ ଦେଉଛନ୍ତି । ନୂଆ ଜନଗଣନା ତଥ୍ୟ ପାଇଁ ସମୟ ଲାଗିପାରେ । ତେଣୁ ସରକାର ୨୦୧୧ ଜନଗଣନା ଆଧାରରେ ଏକ ନୂଆ ସୀମା ନିର୍ଦ୍ଧାରଣ କରିବାକୁ ବିଚାର କରୁଛନ୍ତି । ଏହା ଦ୍ୱାରା ଏହି କୋଟା ମାର୍ଚ୍ଚ ୧୧, ୨୦୨୯ ପରେ ଅନୁଷ୍ଠିତ ନିର୍ବାଚନରେ କାର୍ଯ୍ୟକାରୀ ହୋଇପାରିବ ।

ରାଜ୍ୟ ଏବଂ ଏସସି/ଏସଟି ଆସନ ଉପରେ ପ୍ରଭାବ- ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ଚିନ୍ତିତ ଥିଲେ ଯେ ଜନସଂଖ୍ୟା ନିୟନ୍ତ୍ରଣରେ ସୋମାନଙ୍କର ଉନ୍ନତ ପ୍ରଦର୍ଶନ ଯୋଗୁଁ ସଂସଦରେ ସେମାନଙ୍କର ପ୍ରତିନିଧିତ୍ୱ ହ୍ରାସ ପାଇପାରେ । ସରକାର ନିଶ୍ଚିତ କରିଛନ୍ତି ଯେ ପ୍ରତ୍ୟେକ ରାଜ୍ୟର ଆସନ ୫୦ ପ୍ରତିଶତ ବୃଦ୍ଧି କରାଯିବ । ସେମାନଙ୍କ ଆନୁପାତିକ ପ୍ରତିନିଧିତ୍ୱ ବଜାୟ ରହିବ ।

ଉତ୍ତରପ୍ରଦେଶ-ଆସନ ସଂଖ୍ୟା ୮୦ରୁ୧୨୦କୁ ବଢିବ
ବିହାର- ଆସନ ସଂଖ୍ୟା ୪୦ରୁ୬୦କୁ ବଢିବ
କେରଳ-ଆସନ ସଂଖ୍ୟା ୨୦ରୁ ୩୦କୁ ବୃଦ୍ଧ ପାଇବ

ସେହିପରି ଅନୁସୂଚିତ ଜାତି ଆସନ ୮୪ରୁ ୧୨୬ ଏବଂ ଅନୁସୂଚିତ ଜନଜାତି ଆସନ ୪୭ରୁ ୭୦କୁ ବଢିବା ଆକଳନ କରାଯାଉଛି । ଛୋଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଯେଉଁଠି କେବଳ ଗୋଟିଏ କିମ୍ବା ୨ଟି ଆସନ ଅଛି, ପ୍ରତି ତୃତୀୟ ନିର୍ବାଚନରେ ପର୍ଯ୍ୟାୟକ୍ରମେ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ କରାଯିବ ।

ଏହା ବି ପଢନ୍ତୁ...୨୦ ଥରରେ ବି ସିଝିଲାନି ମଟନ୍‌...ଥାନାରେ ପହଞ୍ଚିଲେ ବ୍ୟକ୍ତି, ମିନିଟ୍‌ରେ ମାମଲାର ସମାଧାନ କଲା ପୁଲିସ୍‌  

​​​​​​​
ରାଜନୈତିକ ଅସ୍ଥିରତା ଏବଂ ଆଗାମୀ ବାଟ- ସରକାର ଏପ୍ରିଲ ୪ରେ ସରୁଥିବା ବଜେଟ୍ ଅଧିବେଶନରେ ହିଁ  ଏହି ବିଲକୁ ପାରିତ କରିବାକୁ ଆଗ୍ରହୀ । ଯଦି ସହମତି ଗଠନ ପାଇଁ ଆଉ କିଛି ଦିନ ଲାଗେ, ତେବେ ବଜେଟ୍ ଅଧିବେଶନକୁ ବୃଦ୍ଧି କରାଯାଇପାରିବ କିମ୍ବା ମହିଳା କୋଟା ପାଇଁ ଏକ ସ୍ୱତନ୍ତ୍ର, ଛୋଟ ଅଧିବେଶନ ଡକାଯାଇପାରିବ । ଏକ ସାମ୍ବିଧାନିକ ସଂଶୋଧନ ପାଇଁ ଉଭୟ ଗୃହରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଯାହା କେବଳ ଏନଡିଏ ପାଖରେ ନାହିଁ । ତେଣୁ ଗୃହମନ୍ତ୍ରୀ ଅମିତ ଶାହ ସମର୍ଥନ ସଂଗ୍ରହ ପାଇଁ ବୈଠକ କରୁଛନ୍ତି । କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡିକ ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଦାବି କରିଛନ୍ତି ।