ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗୁରୁଙ୍କ ରେକର୍ଡ ଭାଙ୍ଗିଲେ ଶିଷ୍ୟ, ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ ପାଇଁ ଯୋଗ୍ୟତା ହାସଲ କଲେ ସାଇଲି

Published By : Ankita S | April 26, 2025 1:02 PM

ନୂଆଦିଲ୍ଲୀ,୨୬/୦୪: ରେକର୍ଡ ବ୍ରେକର ସାଇଲି ସିଂହ । କିମ୍ବଦନ୍ତୀ ଅଞ୍ଜୁ ବବି ଜର୍ଜଙ୍କ ରେକର୍ଡ ଭାଙ୍ଗିଲେ ଲଙ୍ଗଜମ୍ପର ସାଇଲି । ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ୱାର୍ଲ୍ଡ ଚାମ୍ପିଅନ୍‌ସିପ ପଦକ ଜିତିଥିବା  ଅଲିମ୍ପିଆନ ଅଞ୍ଜୁ । ତାଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିବା ସହ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସାଇଲି ।

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ ଯୋଗ୍ୟତା ପାଇଁ ଲଙ୍ଗଜମ୍ପରେ ୬.୪୧ମିଟର ମାର୍କ ରହିଥିଲା । ୬.୪୫ ମିଟର ଡେଇଁ ମାର୍କ ସେଟ୍ କରିଥିଲେ ସାଇଲି । ଫଳରେ  ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ ପାଇଁ ଉତ୍ତରପ୍ରଦେଶର ସାଇଲିଙ୍କୁ ଯୋଗ୍ୟତା ମିଳିଛି । ଏର୍ଣ୍ଣାକୁଲମର ମହାରାଜ କଲଜେ ଗ୍ରାଉଣ୍ଡରେ ଜାତୀୟ ଫେଡରେସେନ କପ୍ ଆଥଲେଟିକ୍ସରେ ଏହି ରେକର୍ଡ କରିଛନ୍ତି ସାଇଲି । ଏହା ସହିତ ତାଙ୍କ ପ୍ରଶିକ୍ଷକ ଏବଂ ଅଭିଜ୍ଞ ଲଙ୍ଗଜମ୍ପର ଅଞ୍ଜୁ ବବି ଜର୍ଜ କରିଥିବା ୨୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ୨୦୦୨ରେ ଅଞ୍ଜୁ କରିଥିବା ୬.୫୯ ମିଟରର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ୨୧ ବର୍ଷୀୟା ସାଇଲି ।

୨୦୨୩ରେ ୬.୭୬ ମିଟର ସାଇଲିଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଯାହା ଜଣେ ଭାରତୀୟ ଭାବେ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରୟାସ ଥିଲା । ପୂର୍ବରୁ କେବେଳ ଅଞ୍ଜୁ ବବି ୬.୮୩ ଜାତୀୟ ରେକର୍ଡ କରିଥିଲେ । ରେକର୍ଡ ଭାଙ୍ଗିବା  ସହିତ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରିବା ପରେ ସାଇଲିଙ୍କୁ ମେଡାଲ ପିନ୍ଧାଇଲେ ଅଞ୍ଜୁ । ସେ କହିଥିଲେ, ''ମୁଁ ଜାଣିଥିଲି ସେ ମୋର ରେକର୍ଡ ଭାଙ୍ଗିବେ । ଏହା ମୋ ପାଇଁ ଏକ ଉପହାର । ସାଇଲି ମୋ ଜାତୀୟ ରେକର୍ଡ ଭାଙ୍ଗନ୍ତୁ ମୁଁ ସେ ଅପେକ୍ଷାରେ ରହିଛି ।''

ଅଧିକ ପଢନ୍ତୁ...IPL 2025: ମୋଟେଇ ପରୀକ୍ଷାରେ ଫେଲ ମାରିଲା ଜାଡେଜାଙ୍କ ବ୍ୟାଟ୍‌

ଦକ୍ଷିଣ କୋରିଆର ଗୁମି ଠାରେ ଆଗାମୀ ମେ’ ୨୭ରୁ ୩୧ ତାରିଖ ମଧ୍ୟରେ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନସିପ୍‌ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଆଥଲେଟିକ୍‌ ସଂଘ (ଏଏଫ୍‌ଆଇ) ପକ୍ଷରୁ ୫୯ଜଣିଆ ଦଳ ଘୋଷଣା କରାଯାଇଛି । ଗତ ସଂସ୍କରଣରେ ଭାରତ ୬ଟି ସ୍ୱର୍ଣ୍ଣ ସହ ମୋଟ ୨୭ଟି ପଦକ ଜିତିଥିଲା । ଏଥର ଦଳ ପୂର୍ବ ପଦକ ରେକର୍ଡ଼ ଭଙ୍ଗ କରିବ ବୋଲି ଏଏଫ୍‌ଆଇ ଆଶାବାଦୀ ରହିଛି । ସାଇଲି ସିଂହ ଓ ଆନ୍‌ସି ସୋଜାନ (ଲଙ୍ଗଜମ୍ପ), ପୂଜା (ହାଇଜମ୍ପ) ପାଇଁ  ମହିଳା ବର୍ଗରେ ଯୋଗ୍ୟତା ଅର୍ଜନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.