ବାଲେଶ୍ଵର,୪/୧୦ : ସୁନା ବ୍ୟବସାୟୀଙ୍କ ଘରୁ ଲୁଟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ । ପ୍ରଥମେ ଘରେ ପଶିଥିଲେ ପରେ ମୁହଁକୁ ସ୍ପ୍ରେ କଲେ । ଏହାପରେ ଚେତା ଶୁନ୍ୟ ଅବସ୍ଥାରେ ସମସ୍ତ ସୁନା ଗହଣା ଓ ହୀରା ଲୁଟ କଲେ ଦୁର୍ବୃତ୍ତ । ବାଲେଶ୍ଵର ସହରର ପ୍ରତିଷ୍ଠିତ ବ୍ୟବସାୟୀ ଶିବୁ ପୋଦ୍ଦରଙ୍କ ହ୍ୱାଇଟ ହାଉସ ଗଳି ଘରୁ ଏହି ଲୁଟ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଶରଦ ପାୱାରଙ୍କ ଦଳରେ ହଲଚଲ୍, ଅଧକ୍ଷ ପଦ ଛାଡ଼ିଲେ ଜୟନ...