କୁଳିଅଣା ୨୪/୬: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍। ୬ ଜଣ ଦୁର୍ବୃତ୍ତ ହଠାତ ବ୍ୟାଙ୍କରେ ପଶି କର୍ମଚାରୀ ଙ୍କୁ ବନ୍ଧୁକ ଦେଖାଇ କ୍ୟାସ କାଉଣ୍ଟର ରୁ ଲୁଟିନେଲେ ଟଙ୍କା । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। 

ମଙ୍ଗଳବାର ଅପରାହ୍ନ  ୩ଟା ପାଖାପାଖି  ୫ଜଣ ଦୃର୍ବୁତ୍ତ ବ୍ୟାଙ୍କ ଭିତରେ ପଶିଥିଲେ।   ବନ୍ଧୁକ ଦେଖାଇ ଗ୍ରାହକ ମାନଙ୍କୁ  ଠିଆ ହେବାକୁ କହିଥିଲେ। ତାପରେ ବ୍ୟାଙ୍କ ମ୍ୟାନେଜରଙ୍କ ମଥାରେ ବନ୍ଧୁକ ଲଗାଇ  ପ୍ରଥମେ ମୋବାଇଲ ଫୋନ ନେଇଯାଇଥିଲେ।  ତାପରେ ଟଙ୍କା ନେବା ପରେ  ବାହାର ପଟୁ ତାଲା  ପକାଇ ଚାଲି ଯାଇଥିଲେ । କର୍ମଚାରୀଙ୍କ ମୋବାଇଲ ଓ ଚାବି   ତଳେ ପକାଇ ଦେଇ ପଳାଇଯାଇଥିଲେ।   ୬-୮ ଲକ୍ଷ ଟଙ୍କା  ଲୁଟ  ହୋଇଛି ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି।  ନୀରିକ୍ଷଣ ପରେ ପ୍ରକୃତ ଟଙ୍କାର ପରିମାଣ ଜଣାପଡିବ ବୋଲି କହିଛନ୍ତି।  ଦୃର୍ବୁତ୍ତ ମାନେ ପ୍ରମାଣ ନଷ୍ଟ ପାଇଁ ହାର୍ଡ ଡିସ୍କ ନେଇଯାଇଥିବାର ଜଣାପଡ଼ିଛି । ଘଟଣାସ୍ଥଳରେ କୁଳିଅଣା ପେଲିସ  ଏସ୍ ଡି ପି ଓ ଓ ସଦର ଥାନା ଆଇ ଆଇ ସି  ପହଞ୍ଚି ଘଟଣାର ତଦନ୍ତ କରୁଛି। ପ୍ରକାଶ ଥାଉକି ଏହି ବ୍ୟାଙ୍କରୁ ୨୦୧୩ ମସିହାରେ ଲୁଟ ହୋଇଥିଲା।