ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଜବେଷ୍ଟସ୍ ଫାଡି ଲୁଟ୍, ଭେରାଇଟି ଷ୍ଟୋରରୁ ୧୫ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

Published By : Rasmita Pradhan | December 16, 2024 8:52 AM

ରିଆମାଳ, ୧୬/୧୨ : ଆଜବେଷ୍ଟସ୍ ଫାଡି ଲୁଟ୍। ରିଆମାଳ ଥାନା ଟୁହିଲାମାଳ ଗ୍ରାମ ମହେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନ ଆଜବେଷ୍ଟସ୍‌ ଫାଡି ଲୁଟ୍ ହୋଇଛି। ଏନେଇ ଦୋକାନ ମାଲିକ ରିଆମାଳ ଥାନାରେ ଏତଲା ଦେଇଛନ୍ତି। 

ସୂଚନା ଅନୁସାରେ, ଖୁଣ୍ଟାବନ୍ଧ ଗ୍ରାମର ଅଶୋକ ନାୟକ ଟୁହିଲାମାଳ ମହେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ଭେରାଇଟି ଷ୍ଟୋର କରିଛନ୍ତି। ଗତ ରାତିରେ କେହି ଦୁର୍ବୃତ୍ତ ଦୋକାନ ବାହାରେ ଏକ ସିଡି ଲଗାଇ ଆଜବେଷ୍ଟ ଫାଡ଼ି ଦୋକାନରେ ଥିବା ନଗଦ ୧୫ ହଜାର ଟଙ୍କା ସହିତ ବହୁତ ସାମଗ୍ରୀ ଚୋରି କରି ନେଇଛି। ଆଜି ସକାଳେ ଦୋକାନ ଖୋଲିବା ପରେ ଚୋରି ହୋଇଥିବା ଜଣାପଡ଼ିଛି। ଏନେଇ ଅଶୋକ ରିଆମାଳ ଥାନାରେ ଏତଲା ଦେଇଛନ୍ତି। ଏହା ସହ ଉକ୍ତ ଅଞ୍ଚଳରୁ ବାରମ୍ବାର ଚୋରି ହେଉଥିବାରୁ ପୋଲିସ ମୁତୟନ ପାଇଁ ଅନୁରୋଧ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.