ନମୌଜା,୧୦|୭(ଆପ୍ର):କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନରେ ୨ ତାରିଖରେ ହୋଇଥିବା ଚୋରିର ଏକ ସପ୍ତାହ ନ ପୂରୁଣୁ ଲୁଟେରାମାନେ ପୁଣି ଥରେ ସକ୍ରିୟ ହୋଇ ଲୁଟ କରିଛନ୍ତି l ବୁଧବାର ବିଳମ୍ବିତ ରାତିରେ ଆଳି ଥାନା ନରେନ୍ଦ୍ରପୁର ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମ ର ଦୁଇଟି ସ୍ଥାନରୁ ଚୋରି ହୋଇଥିବା ଜଣାପଡିଛି l
ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ମନୋଜ ମଲିକଙ୍କ ପତ୍ନୀ ରୋଜାଲିନ ମଲିକଙ୍କ ଥାନାରେ ଅଭିଯୋଗ ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ରୋଜାଲିନ ରାତ୍ରିଭୋଜନ ପରେ ଶୋଇବାକୁ ଯାଇଥିଲେ l ଅନ୍ଧାର ରାତିର ସୁଯୋଗ ନେଇ ଲୁଟେରାମାନେ ଘର ଭିତରକୁ ଝରକା ଗ୍ରିଲ ତାଡି ପଶିଥିଲେ l ରୋଜାଲିନଙ୍କ ଘରେ ଗଡ଼ରେଜ ତାଢ଼ି ସେଥିରେ ଥିବା ସୁନା ମଙ୍ଗଳସୂତ୍ର ୨ ଟି, ସୁନା ମୁଦି ୪ ଟି, ସୁନା କାନଫୁଲ ୧ ହଳ, ରୁପା ପାଉଁଜି ୨ ହଳ, ସୁନା ଚେନ ୨ ଟା ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ରୁ ଉର୍ଧ୍ଵ ହେବ ତତସହିତ ନଗଦ ୨୦ ହଜାର ଟଙ୍କା ଲୁଟେରାମାନେ ଲୁଟି ନେଇଥିବା ନେଇ ଆଳି ଥାନାରେ ରୋଜାଲିନ ଅଭିଯୋଗରେ ଦର୍ଶାଇଛନ୍ତି l ଅପରପକ୍ଷେ ରୋଜାଲିନଙ୍କ ଘର ଠାରୁ ନିକଟରେ ଅନ୍ୟ ଏକ ଘରୁ ମଧ୍ୟ ଲୁଟେରା ମାନେ ଝରକା ତାଢ଼ି ପଶିବା ସହ ବିଭିନ୍ନ ମୂଲ୍ୟବାନ ଜିନିଷ ଲୁଟିନେଇଛନ୍ତି l

ଆଳି ଥାନା ରେ ଅନ୍ୟ ଏକ ଏତଲା ଅନୁଯାୟୀ ଉକ୍ତ ଗ୍ରାମର ଶଙ୍କର୍ଷଣ ସ୍ୱାଇଁ ଙ୍କ ପୁଅ ସତ୍ୟଜିତ ସ୍ୱାଇଁ ଙ୍କ ଘରୁ କାଲି ବିଳମ୍ବିତ ରାତ୍ରି ରେ ସମସ୍ତେ ଶୋଇବା ପରେ ଲୁଟେରା ମାନେ ଝରକା ତାଢ଼ି ଘରେ ପଶି ଚୋରି କରିଥିବା ଘରକୁ ଭିତର ପଟୁ ଶିକୁଳି ପକାଇଦେଇଥିଲେ l ପରେ ଝରକା ତାଢ଼ି ଭିତରକୁ ପଶି ଘରେ ଥିବା ପ୍ରାୟ ୨ଲକ୍ଷ ରୁ ଉର୍ଧ୍ଵ ଟଙ୍କା ର ସୁନା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଲୁଟେରା ମାନେ ଲୁଟି ନେଇଥିଲେ l ଘଟଣା ପରେ ସକାଳୁ ଏତଲା ଦିଆଯାଇଥିଲା ପରେ ମଧ୍ୟ ଆଳି ପୋଲିସ ପକ୍ଷରୁ କୌଣସି ଅଧିକାରୀ ଘଟଣା ସ୍ଥଳ କୁ ଯାଇ ନଥିବା ନେଇ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।