ଭୁବନେଶ୍ୱର, ୨୪/୦୯: ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା । ସୁଯୋଗ ଦେଖି କଳାକନା ବୁଲାଉଛନ୍ତି । ଉପର ମହଲାରେ ପରିବାର ଲୋକ ନିଘୋଡ ନିଦରେ ଶୋଇଥିଲେ । ତଳେ ଝରକା ତାଡି ଘରେ ଯାହା ଥିଲା ସବୁ ପୋଛି ନେଇଗଲେ ଲୁଟେରା । ମଙ୍ଗଳବାର ରାତିରେ ଲୁଟେରା ଚନ୍ଦକା ଥାନା ଅଞ୍ଚଳର ବ୍ୟବସାୟୀ ସୂର୍ଯ୍ୟକାନ୍ତ ସମନ୍ତରାୟଙ୍କ ଘରୁ ଲୁଟ୍ କରିଛନ୍ତି । ସୁନା ଅଳଙ୍କାର ଓ ନଗଦ ୧ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ସୂଚନା ମୁତାବକ, ମଙ୍ଗଳବାର ସୂର୍ଯ୍ୟକାନ୍ତ ସମନ୍ତରାୟଙ୍କ ପରିବାର ଲୋକ ସବୁଦିନ ପରି ଖାଇବା ପରେ ଉପର ମହଲାକୁ ଶୋଇବାକୁ ଚାଲିଯାଇଥିଲେ । ଏହାର ଫାଇଦା ଉଠାଇ ଝରକା ତାଡି ତଳ ମହଲାରେ ପଶିଥିଲେ ଲୁଟେରା । ରୁମ୍ରେ କେହି ନଥିବା ଦେଖି ସେମାନଙ୍କୁ ଲୁଟିବାକୁ ସୁଯୋଗ ମିଳିଗଲା । ଘରୁ ସୁନା ଅଳଙ୍କାର ଓ ନଗଦ ୧ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସକାଳେ ଉଠି ପରିବାର ଲୋକ ଘରର ଅବସ୍ଥା ଦେଖି ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଲୁଟେରାଙ୍କୁ ଧରିବାକୁ ଛାନ୍ଭିନ୍ ଚଳାଇଛି ପୁଲିସ ।