ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରେଳ କର୍ମଚାରୀଙ୍କ ଘରେ ଡକାୟତି, ୪୦୦ ଗ୍ରାମ୍‌ର ସୁନା ଅଳଙ୍କାର ଲୁଟିନେଲେ ୫ ଦୁର୍ବୃତ୍ତ

Published By : Rasmita Pradhan | October 19, 2024 10:34 AM

ରାଉରକେଲା, ୧୯/୧୦ : ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ଡକାୟତି। ରେଳ କର୍ମଚାରୀଙ୍କ ଘରେ ଲୁଟ୍ ହୋଇଛି। ସ୍ଵାମୀ-ସ୍ତ୍ରୀଙ୍କ ସହ ପୁଅକୁ ବାନ୍ଧି ପାଖାପାଖି ୪୦୦ ଗ୍ରାମର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। 

ସୂଚନାନୁଯାୟୀ, ଶନିବାର ଭୋର୍‌ରୁ ୫ ଜଣ ଡକାୟତ ବନ୍ଧମୁଣ୍ଡା ଡିଜେଲ କଲୋନୀରେ କ୍ଵାର୍ଟର ନମ୍ବର L/୨୦୪ରେ ଗେଟ୍ କାଟି ଘରେ ପଶିଥିଲେ। ରେଳ ବିଭାଗର କର୍ମଚାରୀ ଦିଲୀପ କୁମାର ପଣ୍ଡା, ତାଙ୍କ ସ୍ତ୍ରୀ ଓ ପୁଅକୁ ବାନ୍ଧି ଭୁଜାଲି, ଖଣ୍ଡା ଆଦି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଡକାୟତି କରିଥିଲେ। 

ଦିଲୀପଙ୍କ ଘରୁ ପାଖାପାଖି ୪୦୦ ଗ୍ରାମର ସୁନା ଅଳଙ୍କାର ସହ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଓ ନଗଦ ୧୦ ହଜାର ଟଙ୍କା ଚୋରି ହୋଇଛି। ଏନେଇ ଖବର ପାଇ ବନ୍ଧମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.