ଭୁବନେଶ୍ବର,୨୭।୩ : କ୍ୟାପିଟାଲ ହସ୍ପିଟାଲ ପାର୍କିଂରେ କାର କାଚ ଭାଙ୍ଗି ଲୁଟ ଘଟଣା । ଲୁଟେରାକୁ ଗିରଫ କଲା କ୍ୟାପିଟାଲ ଥାନା ପୁଲିସ । ଗିରଫ ଲୁଟେରା ହେଉଛି ରାକେଶ ଖୁଣ୍ଟିଆ ଓରଫ ଟୁଟୁଲୁ । ବାପୁଜି ନଗର ରେ ଲୁଟ ମୋବାଇଲ ବିକ୍ରି ବେଳେ ମାଡ଼ି ବସିଲା ପୁଲିସ। ।
ରାକେଶ ନାଁରେ ୧୭ରୁ ଅଧିକ ମାମଲା ଥିବା କମିସନରେଟ ପୋଲିସ ଜାଣିବାକୁ ପାଇଛି । ସୂଚନା ଅନୁଯାଇ ୨୬ ତାରିଖ ଦିନ ଅଭିଯୋଗକାରି ରଂଜିତ ବିଶ୍ୱାଳ କ୍ୟାପିଟାଲ ହସ୍ପିଟାଲ ପାର୍କିଂ ରେ କାର ପାର୍କିଂ କରି କ୍ୟାପିଟାଲ ହସ୍ପିଟାଲ କୁ ଯାଇଥିଲେ । ପରେ ଆସି ଦେଖିଲା ବେଳକୁ ତାଙ୍କ କାର କାଚ ଭାଙ୍ଗି ନଗଦ ୨୫ହଜାର ଟଙ୍କା ଏବଂ ଆଇ ଫୋନ ଚୋରି କରିନେଇଥିଲେ ଲୁଟେରା । କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ତଦନ୍ତ କରିଥିଲା ପୁଲିସ ।