ମୁମ୍ବାଇ,୨୧/୬ : ସଞ୍ଜୟ ଲୀଳା ଭଂସାଳୀଙ୍କ ଫିଲ୍ମ ନିଜ ଭବ୍ୟତା, ଶାନଦାର୍ ସେଟ୍ସ ଏବଂ ବଡ଼ ଧରଣର ହେଉଥିବା ସୁଟିଂ ଲାଗି ଜଣାଶୁଣା । କିନ୍ତୁ ଏଥର ତାଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ଲଭ୍ ଏଣ୍ଡ ଓ୍ବାର’ କୌଣସି ଭବ୍ୟ ସିନ୍ କିମ୍ବା ଷ୍ଟାରକାଷ୍ଟ କାରଣରୁ ନୁହେଁ, ବହୁତ ଦୁଃଖଦ ଘଟଣା କାରଣରୁ ଚର୍ଚ୍ଚାକୁ ଆସିଯାଇଛି । ଫିଲ୍ମର ସେଟରେ ହୋଇଥିବା ଏକ ଦୁର୍ଘଟଣାରେ ଜନୈକ କୃ ମେମ୍ବରଙ୍କ ମୃତ୍ୟୁ ହୋଇଯାଇଛି। ଯାହାପରେ ପୂରା ଇଣ୍ଡଷ୍ଟ୍ରିରେ ଦୁଃଖର ମାହୋଲ ଖେଳିଯାଇଛି। ଏହି ଘଟଣାରେ ପୁଣି ଥରେ ଫିଲ୍ମ ସେଟ୍ସରେ କାମ କରୁଥିବା କର୍ମଚାରୀଙ୍କ ସୁରକ୍ଷାକୁ ନେଇ କେତେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମୁମ୍ବାଇ ଗୋରେଗାଂଓ୍ବ ସ୍ଥିତ ଷ୍ଟୁଡିଓରେ ‘ଲଭ୍ ଏଣ୍ଡ ଓ୍ବାର’ର ସୁଟିଂ ସମୟରେ ଏକ ଟେକ୍ନିକାଲ କର୍ମଚାରୀଙ୍କ ଜୀବନ ଚାଲିଯାଇଛି। ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ମୃତକଙ୍କ ପରିଚୟ ୪୨ବର୍ଷୀ ଚନ୍ଦ୍ରଧାରୀ ଯାଦବଙ୍କ ରୂପରେ ହୋଇଛି । ଯିଏ ସେଟରେ ଯୋଡ଼ି ହୋଇଥିବା କାମରେ ଲମ୍ବା ସମୟରୁ ଆକ୍ଟିଭ ଥିଲେ । ଆରମ୍ଭ ସୂଚନା ଅନୁସାରେ ଏହି ଦୁର୍ଘଟଣା ପଛରେ ସର୍ଟ ସର୍କିଟର ଆଶଙ୍କା ବୋଲି କୁହାଯାଉଛି । ମାତ୍ର ବାସ୍ତବିକ କାରଣର ଯାଞ୍ଚ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ ।