ବ୍ଲଡ୍‌ ପ୍ରେସର ହାଇ ହେବା ସହ ଲୋ ହେବା ମଧ୍ୟ ଅନେକ ସମୟରେ ବିପଜ୍ଜନକ ପାଲଟି ଯାଏ। ଲୋ ବ୍ଲଡ୍‌ ପ୍ରେସର କାରଣରୁ ଅନେକ ସମସ୍ୟା ଦେଖା ଦେଇ ଥାଏ। ଆଜିକାଲିର ଧାଁ ଦୌଡ଼ର ଜୀବନ ଓ ଖରାପ ଲାଇଫ୍‌ ଷ୍ଟାଇଲ୍‌ ସହ ଶରୀରରେ ନ୍ୟୁଟ୍ରିସନର ହ୍ରାସ ବି ଲୋ ବ୍ଲଡ୍‌ ପ୍ରେସରର କାରଣରୁ ହୋଇଥାଏ। ଏମିତି ତ ବ୍ଲଡ୍ ପ୍ରେସର କୌଣସି ଗୁରୁତର ରୋଗ ନୁହେଁ, କାରଣ ଠିକ୍‌ ସମୟରେ ଚିକିତ୍ସା ନକରିବା ଯୋଗୁଁ ଏହି ସମସ୍ୟା ହୋଇଥାଏ। ସାଧାରଣତଃ ଲୋ ବ୍ଲଡ୍‌ ପ୍ରେସର ୯୦/୬୦ ବା ଏହାର ତଳକୁ ଯିବାରେ ଯଦି ଏହି ଲକ୍ଷଣ ଅନୁଭବ ହୋଇଥାଏ , ତ ଏହି ଉପାୟକୁ ଆପଣାନ୍ତୁ …

ଲୋ ବ୍ଲଡ୍‌ ପ୍ରେସରର ଲକ୍ଷଣ – 

ଶରୀରରେ ବ୍ଲଡ୍‌ ପ୍ରେସର ଲୋ ହେବା କାରଣରୁ ଏହି ଲକ୍ଷଣ ଦେଖାଯାଏ।

ମୁଣ୍ଡ ବୁଲାଇବା , କ୍ଲାନ୍ତ ଅନୁଭବ ହେବା , ଆଳସୁଆ ଲାଗିବା ବା ବହୁତ ଅଧିକ ନିଦ ଲାଗିବା , ଭୋକ ନହେବା , ବାନ୍ତି ଲାଗିବା , ଖୁବ୍‌ ଝାଳ ବାହାରିବା , ନର୍ମାଲ ଟେମ୍ପରେଚରେ ଥଣ୍ଡା ଅନୁଭବ ହେବା, ଖୁବ୍‌ ଜୋରରେ ଛାତିର କମ୍ପନ ହେବା

ଯଦି ବିପି ଲୋ ହୋଇଯାଏ ତୁରନ୍ତ ଏହି ଘରୋଇ ଉପାୟକୁ ଆପଣାନ୍ତୁ –

- ବ୍ଲଡ ପ୍ରେସର ଲୋ’ର ସମସ୍ୟା ଅନୁଭବ ହେଲେ ପାଣି ନିଶ୍ଚୟ ପିଇବା ଜାରି ରଖନ୍ତୁ। ପାଣି ଶରୀରରେ ବ୍ଲଡର ଫ୍ଲୋକୁ ସହଜ କରିବାରେ ସାହାଯ୍ୟ କରିବ। ଯେଉଁଥିରେ ବିବି ଲୋ ହେବାର ଚାନ୍ସ କମ୍‌ ହେବ। 

- ହଠାତ୍‌ ବିପି ଲୋ ରହିଲେ ଚିନି ଓ ଲୁଣି ପାଣର ମିଶ୍ରଣ କରି ପିଅନ୍ତୁ। ଏମିତି କରିବାରେ ମଣିଷର ହୋସ୍‌ ଆସିଥାଏ।

- ବିପି ଲୋ ହେବା ଜଣାପଡ଼ିଲେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ସହ ଆରାମ ମଧ୍ୟ ନିଶ୍ଚୟ କରନ୍ତୁ।

- କଫି ସାହାଯ୍ୟରେ ମଧ୍ୟ ଲୋ ବ୍ଲଡ୍‌ ପ୍ରେସରର ସମସ୍ୟାକୁ ଦୂରେଇ ଦିଆଯାଇ ପାରେ। ବ୍ଲାକ୍‌ କଫି ପିଆନ୍ତୁ, ଏଥିରେ - ବ୍ଲଡ୍ ପ୍ରେସର ନର୍ମାଲ  ହୋଇଥାଏ। 

- ଏହାସହ ଯେଉଁ ଲୋକଙ୍କର ବ୍ଲଡ ପ୍ରେସର ଲୋ ରହିଥାଏ, ତାଙ୍କୁ ନିଜର ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବା ଜରୁରୀ ହୋଇଥାଏ। ପର୍ଯ୍ୟାପ୍ତ ମାତ୍ରାରେ ସୋଡିୟମ ସହ ସୋଡିୟମ ଯୁକ୍ତ ଫୁଡ୍‌କୁ ଖାଦ୍ୟରେ ସାମିଲ କରନ୍ତୁ । 

- ଏକ୍ସରସାଇଜ୍ ଓ ଯୋଗା ଉପରେ ଜୋର ଦିଅନ୍ତୁ। ଏହା କେବଳ ହାଇ ବିପି ବ୍ୟକ୍ତିଙ୍କ ପାଇଁ ନୁହେଁ ବରଂ ବ୍ଲଡ୍‌ ପ୍ରେସର ଲୋ ରହିବା ପାଇଁ ମଧ୍ୟ ଫଳପ୍ରଦ ହୋଇଥାଏ।