ଭୁବନେଶ୍ବର,୨୧/୩ : ଯୁଦ୍ଧ ଭିତରେ ଖସିଲା ସୁନା ଦର । ୧୯୮୩ପରଠାରୁ ସୁନାର ମୂଲ୍ୟ ସବୁଠାରୁ ବଡ଼ ସାପ୍ତାହିକ ହ୍ରାସ ହୋଇଛି । ଭୁବନେଶ୍ଵରର ବିଭିନ୍ନ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଛି । ସୁନା ଶସ୍ତା ହୋଇଥିବାରୁ ରାଜଧାନୀବାସୀ ନିଜ ମନ ପସନ୍ଦର ଗହଣା କିଣି ନେଉଛନ୍ତି ।
ଶୁକ୍ରବାର ୧୦%ରୁ ଅଧିକ ଖସି ୪,୫୦୦ଡଲାର ତଳକୁ ଆସିଛି । ପ୍ରତି ଆଉନ୍ସ ସୁନାର ମୂଲ୍ୟ ୪ ହଜାର ୪୭୭ରୁ ୪,୭୩୫.୮୧ ଡଲାର ମଧ୍ୟରେ ରହିଥିଲା । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସୁନାର ମୂଲ୍ୟରେ ବଡ଼ ହ୍ରାସ ଘଟିଛି । ୨୦୨୬ରେ ଲଗାତାର ସୁନାଦର ବୃଦ୍ଧି ପାଇବାରେ ଲାଗିଥିଲା । ଫଳରେ ଗ୍ରାହକମାନେ ଚିନ୍ତାରେ ପଡ଼ିଥିଲେ । ଏବେ କିନ୍ତୁ ସୁନା ରୂପା ଦର ହ୍ରାସ ସାମାନ୍ୟ ଆଶ୍ବସ୍ତ କରିଛି ଗ୍ରାହକଙ୍କୁ । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଥିଲେ ସୁଦ୍ଧା ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ଉଭୟ ଧାତୁର ମୂଲ୍ୟ ଅନେକ ସପ୍ତାହର ସର୍ବ ନିମ୍ନ ସ୍ତରକୁ ଖସି ଆସିଛି । ମାର୍ଚ୍ଚ ପହିଲାରୁ ସୁନା ଦର ୧ ଲକ୍ଷ ୫୮ହଜାର ୫୬ଟଙ୍କା ଥିଲା । ଆଜି ଦର ରହିଛି ୧ଲକ୍ଷ ୩୩ହଜାର ୮ଶହ ଟଙ୍କା । ଅର୍ଥାତ ୨୧ଦିନ ମଧ୍ୟରେ ସୁନା ଦର ୧୦ଗ୍ରାମ ପିଛା ୨୪ହଜାର ୭ଶହ ୬୦ଟଙ୍କା କମିଛି । ସେହିପରି ଗୋଟେ ଗ୍ରାମ ପିଛା ୨୪ଶହ ୭୬କମିଛି । ଗତ ୩ ଦିନ ମଧ୍ୟରେ ଦେଖିଲେ ୧୦ଗ୍ରାମ ପିଛା ୧୨ହଜାର କମିଛି । ରୂପା ଦର ସେହିପରି ଗୋଟେ ମାସରେ କେଜି ପିଛା ଲକ୍ଷେ ଟଙ୍କା କମିଥିବାବେଳେ ସପ୍ତାହରେ ୫୦ହଜାର କମିଛି ।
ମଧ୍ୟବିତ ପରିବାର ପାଇଁ ଏବେ ବି ସୁନା ଦର ବିଶେଷ ପ୍ରଭାବ ପକେଇ ନ ଥିବାବେଳେ ଲଗାତର ସୁନାଦର ହ୍ରାସ ସାମାନ୍ୟ ଅଶ୍ବସ୍ତି ଦେଇଛି । ଆଗକୁ ବାହାଘର ସିଜିନ ଥିବାବେଳେ ମନ ପସନ୍ଦର ଗହଣା କିଣିବାକୁ ଗ୍ରହକଙ୍କ ଭିଡ଼ ଲାଗିଛି ।