ମାଲକାନଗିରି, ୨୧/୧୦ : ଲଘୁଚାପ ଓ ବାତ୍ୟା ଦାନାର ପ୍ରଭାବ ପଡିଛି ମାଲକାନଗିରି ଜିଲ୍ଲାରେ। ଆଜି ଅପରାହ୍ନରୁ ମାଲକାନଗିରିରେ ଦୁଇ ତିନି ଅସଡ଼ା ବର୍ଷା ହୋଇଛି । ଏହି ବର୍ଷା ଦ୍ୱାରା ଜିଲ୍ଲାରେ ଚାଷ ହୋଇଥିବା ଶତାଧିକ ହେକ୍ଟର ଜମିର ଅଧିକ ଅମଳ କ୍ଷମ ପାଚିଲା ଧାନ କ୍ଷେତରେ ବର୍ଷା ପାଣି ଜମି ଯାଇଛି। ଧାନ କାଟିବାରେ ଚାଷୀ ଙ୍କୁ ବହୁତ ଅସୁବିଧା ହେଉ ଥିବାରୁ କିପରି ଫସଲ ଅମଳ ହେବ ସେ ଚିନ୍ତା ରେ ଚାଷୀ ରହିଛନ୍ତି। କିଛି ଚାଷୀ ବାତ୍ୟା ହେବାର ସୂଚନା ପାଇ ନିଜ ନିଜ ଜମିରେ ଧାନ କଟା ସହିତ ପାଚିଲା ଧାନକୁ ନିଜ ନିଜ ଖଳାରେ ଆଣି ରଖିଛନ୍ତି। ଅନ୍ୟ କିଛି ଚାଷୀ ମେସିନ ଦ୍ୱାରା ଧାନ କଟା ସହିତ ଧାନ ଅମଳ ମଧ୍ୟ କରୁଥୁବାର ଦେଖିବାକୁ ମିଳିଛି।
ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବରେ ମାଲକାନଗିରି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଏଲୋ ୱାର୍ଣ୍ଣିଂ ଦିଆଯାଇଛି। ବର୍ଷାର ସମ୍ଭାବନା ଥିବାରୁ ବର୍ଷା ଆରମ୍ଭ ପୂର୍ବରୁ ୮୫ଭାଗ ପାଚି ଯାଇଥିବା ସହଳ କିସମ ଧାନକୁ କାଟି ନେଇ ସୁରକ୍ଷିତ ସ୍ଥାନରେ ଚାଷୀ ମାନେ ରଖୁଛନ୍ତି। ସେହିପରି ବର୍ଷାଦିନିଆ ମକା, ମାଣ୍ଡିଆ, ସୁଆଁ ଫସଲ ଅମଳ ହୋପାରିନାହିଁ। ମୁଗ, ବିରି, ଚିନାବାଦାମ, ପନିପରିବା ଫସଲ ହୋଇଥିବା ଚାଷ ଜମିରେ ଏହି ବାତ୍ୟାରେ ବର୍ଷା ଦ୍ବାରା ପାଣି ଜମି ଫସଲ ରେ ରୋଗ ପୋକ ଲାଗି ନଷ୍ଟ ହେବାର ବହୁତ ସମ୍ଭାବନା ରହିଥିବାରୁ କିପରି କଷ୍ଟ ଉପାର୍ଜିତ ଫସଲ ଅମଳ କରିବେ ଚଷୀ କୂଳ ଚିନ୍ତାରେ ପଡିଯାଇଛନ୍ତି।